ଇତିଶ୍ରୀ ପାଢୀ ହେଲେ ବିଜେବି କଲେଜର ନୂଆ ଅଧ୍ୟକ୍ଷା । ସେ ଏପ୍ରିଲ୍ ୧୯୮୯ରେ ଓପିଏସସି ମାଧ୍ୟମରେ ଅଧ୍ୟାପକ ଭାବରେ ଯୋଗଦାନ କରି ରାଜ୍ୟ ଚୟନରେ ପ୍ରଥମ ସ୍ଥାନ ହାସଲ କରିଥିଲେ । ୧୯୯୩ରେ ତାଙ୍କର ପିଏଚଡି ଶେଶ ହୋଇଥିଲା ।୨୦୧୫ରେ ତାଙ୍କର ଡକ୍ଟରେଟ ଅପ୍ ଲିଟରେଚର୍ ସମାପ୍ତ ହୋଇଛି । ଆନ୍ଥ୍ରୋପୋଲୋଜିରେ ପୋଷ୍ଟ ଡକ୍ଟରେଟ ପାଇଁ ନୂଆଦିଲ୍ଲୀ, ଆଇସିଏସଆରରୁ ସମ୍ମାନଜନକ ଜେନେରାଲ ଫେଲୋସିପ୍ ପାଇଁ ମନୋନୀତ ହୋଇଥିଲେ । ତାଙ୍କର ସାତୋଟି ପୁସ୍ତକ ଏବଂ ୩୫ରୁ ଅଧିକ ଲେଖା ଆନ୍ତର୍ଜାତୀୟ ତଥା ଜାତୀୟ ପତ୍ରିକାରେ ପ୍ରକାଶିତ ହୋଇଛି ।

