ଅନେକ କ୍ଷେତ୍ରରେ ନୂତନତ୍ୱ ଏବଂ ଉତ୍କର୍ଷର ଏକ ଆଲୋକ ସଦୃଶ ସର୍ବଦା ନବ ଚେଷ୍ଟାରେ ଚେଷ୍ଟିତ ‘ଦି ଇଣ୍ଟରଭ୍ୟୁ ଟାଇମ୍ସ’। ସଫଳତାକୁ ସୁଯୋଗ, ଯୋଗ୍ୟତା, ପ୍ରୟାସକୁ ନିରନ୍ତର ଗୁରୁତ୍ୱ ଦେବା, ଦୂରଦୃଷ୍ଟି ସମ୍ପନ୍ନ ତଥା, ଦେଶ, ଜାତି, ରାଜ୍ୟର ପ୍ରଗତିରେ ଅନନ୍ୟ ଅବଦାନଯୁକ୍ତ ମହାନ ବ୍ୟକ୍ତି ବିଶେଷଙ୍କୁ ଉତ୍ସାହିତ, ପ୍ରୋତ୍ସାହିତ କରିବାରେ ଅଗ୍ରଣୀ , ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ, ସାହିତ୍ୟ, ସ୍ୱାସ୍ଥ୍ୟ ଆଦି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ତଥା ନବସୃଜକ, ନବସ୍ରଷ୍ଟା, ନବଶିଳ୍ପୀଙ୍କୁ ସମ୍ମାନିତ କରିବାରେ ନିଜକୁ ସୌଭାଗ୍ୟବନ୍ତ ମନେକରିଥାଏ ‘ଦି ଇଣ୍ଟରଭ୍ୟୁ ଟାଇମ୍ସ’ ପରିବାର । ଯେଉଁଠାରେ ପ୍ରତିଭାକୁ, ଉଦ୍ୟମକୁ କେବଳ ସ୍ୱୀକୃତିପ୍ରାପ୍ତ ନୁହେଁ ବରଂ ପ୍ରତ୍ୟେକ କ୍ଷେତ୍ର ଏବଂ ସମସ୍ତ ବୟସ ବର୍ଗରେ ସମ୍ମାନିତ କରାଯାଇଥାଏ । ଏହି ଅନୁଷ୍ଠାନ ବିବିଧତା ଏବଂ ଅନ୍ତର୍ଭୂକ୍ତିକୁ ଗୁରୁତ୍ୱ ଦେଇଥାଏ । ଯେଉଁଠାରେ ଆପଣଙ୍କର ପ୍ରତିଭା କେବଳ ପ୍ରଶଂସନୀୟ ନୁହେଁ, ବରଂ ଆମର ସାମୂହିକ ସଫଳତାର ମୂଳଦୁଆ ଭାବରେ ପାଳନ କରାଯାଏ। ଏହି କ୍ରମରେ ଦି ଇଣ୍ଟରଭ୍ୟୁ ଟାଇମ୍ସ ପକ୍ଷରୁ ରାଜ୍ୟର ପ୍ରତିଷ୍ଠିତ ଉଦ୍ୟୋଗୀମାନଙ୍କ ଉଦ୍ୟମକୁ ଉତ୍ସାହିତ କରିବା ଲକ୍ଷ୍ୟ ନେଇ ରାଜ୍ୟ ବାଣିଜ୍ୟ ନେତୃତ୍ୱ ସମ୍ମାନ ୨୦୨୪ ଆୟୋଜିତ କରି ୩୪ ଜଣ ସଫଳ ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ କରିଛି ।
ସୂଚନା ଯୋଗ୍ୟ ଯେ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜୟନ୍ତୀ ଭଳି ପବିତ୍ରି ଦିବସରେ ଦି ଇଣ୍ଟରଭ୍ୟୁ ଟାଇମ୍ସ ପକ୍ଷରୁ ରାଜ୍ୟର ପ୍ରତିଷ୍ଠିତ ଉଦ୍ୟୋଗୀଙ୍କର ଉଦ୍ୟମକୁ ଉତ୍ସାହିତ କରିବା ଲକ୍ଷ୍ୟ ନେଇ ରାଜ୍ୟ ବାଣିଜ୍ୟ ନେତୃତ୍ୱ ସମ୍ମାନ ୨୦୨୪ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପଦ୍ମବିଭୂଷଣ ସୁଦର୍ଶନ ସାହୁ ଓ ରାଜ୍ୟସଭା ସାଂସଦ ସୁଲତା ଦେଓ ସଂସ୍କୃତିର ଉଦ୍ଘାଟକ ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ଅତିଥ ଭାବେ ପ୍ରୀତି ରଞ୍ଜନ ଘଡ଼ାଇ (ମନ୍ତ୍ରୀ, କୌଶଳ, ବିକାଶ, ବୈଷୟିକ ଶିକ୍ଷା, ଗ୍ରାମୀଣ ବିକାଶ) ସ୍ଵତନ୍ତ୍ର ସମ୍ମାନିତ ଅତିଥି ଭାବେ ପ୍ରମୁଖ ସଚିବ, ପୂର୍ତ୍ତ ବିଭାଗ, ଶତପଥୀ, ଶ୍ରୀ ଭି ଭି ୟାଦବ, ଚେୟାରମ୍ୟାନ୍ ଓଟିଡ଼ିସି ଲେଲିନ୍ ମହାନ୍ତି ସମ୍ମାନିତ ଅତିଥି ଭାବେ ସୁରେଶ କୁମାର ରାଉତରାୟ (ବିଧାୟକ, ଜଟଣୀ), ସିଦ୍ଧାନ୍ତ ଦାସ (ଅଧ୍ୟକ୍ଷ, ଓରେରା), ଦିନେସ୍ ପୃଥୁ (ସିଜିମ୍, ଏସ୍ ବି ଆଇ), ତାରିଣୀ ପ୍ରସାଦ ମହାନ୍ତି (ମୁଖ୍ୟ, ଟିପି ମାଇନ୍ସ), ଆଇଟି ମିଡ଼ିଆ ନେଟୱାର୍କର ଅଧ୍ୟକ୍ଷ ଶୁବାଶିଷ ଦାଶ, ମୁଖ୍ୟ ବକ୍ତା ଭାବେ ଓମ୍କାର ମହାନ୍ତି ଯୋଗଦାନ କରିଥିଲେ।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରମୁଖ ସଚିବ ଇଲେକ୍ଟ୍ରୋନିକ୍ସ ପ୍ରଯୁକ୍ତିବିଦ୍ୟା ମନୋଜ ମିଶ୍ରଙ୍କ ସହ “ବ୍ରାଣ୍ଡ ଅଫ୍ ନିୟ୍ୟୁ ଓଡ଼ିଶା” ଶୀର୍ଷକ ଉପରେ ଏକ ସ୍ଵତନ୍ତ୍ର ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। “ଦି ଇଣ୍ଟରଭ୍ୟୁ ଟାଇମ୍ସ” ପକ୍ଷରୁ ରାଜ୍ୟରେ ବାଣିଜ୍ୟ କ୍ଷେତ୍ରକୁ ରୁଦ୍ଧିମନ୍ତ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରିବା ଉଦ୍ୟମକୁ ଅତିଥିମାନେ ସାଧୁବାଦ ଜଣାଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ “ଦି ଇଣ୍ଟରଭ୍ୟୁ ଟାଇମ୍ସ” ର ସମୂହ ସମ୍ପାଦକ ଦିବ୍ୟଜିତ୍ ସାହୁ ସ୍ଵାଗତ ଭାଷଣ ରଖିବା ସହ କାର୍ଯ୍ୟକ୍ରମରେ ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ପ୍ରାରମ୍ଭିକ ଅଧିବେଶନ ପରେ ୨୦୨୪ର ଓଡ଼ିଶାର ପ୍ରଗତି ଓ ଅଭିବୃଦ୍ଧିର ପଥକୁ ନେଇ ଶ୍ରୀ ଓ
ଦିବ୍ୟଜିତ୍ ସାହୁଙ୍କ ଅଧ୍ୟକ୍ଷତାରେ ପରେ ୨୦୨୪ର ଓଡ଼ିଶାର ପ୍ରଗତି ଓ ଅଭିବୃଦ୍ଧିର ପଥକୁ ନେଇ ଶ୍ରୀ ଦିବ୍ୟଜିତ୍ ସାହୁଙ୍କ ଅଧ୍ୟକ୍ଷତାରେ ଏକ ସ୍ଵତନ୍ତ୍ର ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ଆଲୋଚନା ଚକ୍ରରେ ବିଶିଷ୍ଠ ବକ୍ତା ଭାବେ ବୋଧିସତ୍ତ୍ୱ ସଂଘପ୍ରିୟ (ପ୍ରତିଷ୍ଠାତା ତଥା ସିଇଓ-ଆଇଜି ଡ୍ରୋନ୍ସ), ପ୍ରଫେସର ପ୍ରଭାତ କୁମାର ରାଉଳ (ଉପକୁଳପତି, ଓୟୁଏଟି), ବ୍ରହ୍ମାନନ୍ଦ ମେହେର୍ (ପରିଚାଳନା ନିର୍ଦ୍ଦେଶକ, ଅରୁନ୍ଧତି ଜୁଏଲର୍ସ), ଶୁଭେନ୍ଦୁ ଶେଖର ନାୟକ (ସ୍ଵତନ୍ତ୍ର ସଚିବ, ଇସ୍ପାତ ବିଭାଗ), ଡାଃ କୁମାର ପଣ୍ଡା (ଏସିବି ମେଡ଼ିକାଲ), ପ୍ରଦିପ୍ତ ମହାନ୍ତି ( ଅଧ୍ୟକ୍ଷ, ଏସ୍ଏନ୍ ଏମ୍ ଗ୍ରୁପ୍) ପ୍ରମୁଖ ଜୟନ୍ତ ଯୋଗଦାନ କରିଥିଲେ ।
ଆଲୋଚନା ଚକ୍ର ପରେ ଡଃ ବି କେ ଦାସ୍ (ଡ଼ିଜି, ଇସିଏସ୍, ଡିଆରଡ଼ିଓ), ପ୍ରଫେସର୍ ମାଧବାନନ୍ଦ କର (ନିର୍ଦ୍ଦେଶକ ଏଆଇଏମ୍, ମଙ୍ଗଳଗିରି), ଡ଼ା ସୀତାକାନ୍ତ ଦାଶ୍ (ପରିଚାଳନା ନିର୍ଦ୍ଦେଶକ, କଳିଙ୍ଗ ହସ୍ପିଟାଲ), କାର୍ତ୍ତିକେଶ୍ୱର ପାତ୍ର (ଅଧ୍ୟକ୍ଷ, ଜିସିଏମିଲ), ଶିବ ପ୍ରସାଦ ମହାନ୍ତି ( ମୁଖ୍ୟ ନିର୍ଦ୍ଦେଶକ, ଏଚ୍ୟୁଆର ଏଲ୍ ) ଙ୍କ ସମ୍ମାନଜନକ ବିଜୁ ରତ୍ନ ସମ୍ମାନରେ, ସୁନିଲ୍ କାୟଲ, ( ପରିଚାଳନା ନିର୍ଦ୍ଦେଶକ, ରାଉଲକେଲା ଚାମ୍ବର ଅଫ୍ ଇଣ୍ଡରଷ୍ଟ୍ରିଜ୍, ଏସ୍ ବି ଗୁପ୍ତା ପରିଚାଳନା ନିର୍ଦ୍ଦେଶକ, ଆର ବି କନ୍ଷ୍ଟ୍ରକ୍ସନ)ଙ୍କ ଜୀବନବ୍ୟାପୀ ସାଧନା ସମ୍ମାନରେ, ବାଣିଜ୍ୟ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଥିବା ୩୪ ଜଣ ସଫଳ ବ୍ୟକ୍ତିତ୍ବଙ୍କୁ ନିଜର ଉଲ୍ଲେଖନୀୟ ଅବଦାନ ପାଇଁ “ ରାଜ୍ୟ ବାଣିଜ୍ୟ ନେତୃତ୍ଵ ସମ୍ମାନ ୨୦୨୪”ରେ ସମ୍ମାନିତ କରାଯାଇଥିଲା। ଏତଦ୍ବ୍ୟତୀତ “ଦି ଇଣ୍ଟରଭ୍ୟୁ ଟାଇମ୍ସ” ର ସ୍ଵତନ୍ତ୍ର ସଂସ୍କରଣ ମଧ୍ଯ ଅତିଥିମାନଙ୍କ ଦ୍ବାରା ଉନ୍ମୋଚନ କରାଯାଇଥିଲା। କାର୍ଯ୍ୟକ୍ରମରେ “ଦି ଇଣ୍ଟଭ୍ୟୁ ଟାଇମ୍ସ”ର ସଦସ୍ୟ ଅରୁଣ କୁମାର ମାହାନା, ପ୍ରମୋଦ କୁମାର ଲେଙ୍କା ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ରାଜୀବ ନୟନ ରଥ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ ସହ ସଂପାଦକ ଶୁଭଜିତ୍ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

