ଚେହେରା ବଦଳାଇଲେ ବିଜେଡି, ବିଜେପି

କଟକର ଚର୍ଚ୍ଚିତ ବିଧାନସଭା ନିର୍ବାଚନମଣ୍ଡଳୀ ମାହାଙ୍ଗାର ରାଜନୈତିକ ଦୃଶ୍ୟପଟ୍ଟ ଏଥର ଅପ୍ରତ୍ୟାଶିତ ଭାବେ ବଦଳି ଯାଇଛି। ଗଲା ଦୁଇଟି ନିର୍ବାଚନରେ ପରସ୍ପରକୁ ଟକ୍କର ଦେଇ ଆସୁଥିବା ବିଧାୟକ ପ୍ରତାପ ଜେନା ଓ ସାରଦା ପ୍ରଧାନ ଏଥର ଟିକେଟ ପାଇ ନାହାନ୍ତି। ଯଦିଓ ବିଜେଡି ପ୍ରତାପ ଜେନାଙ୍କ ସ୍ଥାନରେ ତାଙ୍କ ପୁଅ ଅଙ୍କିତଙ୍କୁ ଟିକେଟ ଦେଇଛି ବିଜେପି କିନ୍ତୁ ସାରଦାଙ୍କୁ ଟିକେଟ ନ ଦେଇ ତାଙ୍କ ସ୍ଥାନରେ ନବାଗତ ସୁମନ୍ତ ଘଡେଇଙ୍କୁ ପ୍ରାର୍ଥୀ କରିଛି।

ଦଳର ଏହି ନିଷ୍ପତ୍ତିରେ ସାରଦା ତୀବ୍ର ଅସନ୍ତୋଷ ପ୍ରକାଶ କରି ନିଜର କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଯଦି ସେ ସ୍ବାଧୀନ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାନ୍ତି ତେବେ ତାହା ହୁଏତ ବିଜେପି ପ୍ରାର୍ଥୀଙ୍କୁ ଅଡୁଆରେ ପକାଇବ ବୋଲି ଆକଳନ କରାଯାଉଛି। ଅନ୍ୟପଟେ ପ୍ରତାପ ଓ ସାରଦାଙ୍କୁ ପୁରୁଣା ପ୍ରତିଦ୍ବନ୍ଦ୍ବୀ ଦେବେନ୍ଦ୍ର ସାହୁଙ୍କୁ କିନ୍ତୁ କଂଗ୍ରେସ ପୁଣି ଥରେ ସୁଯୋଗ ଦେଇଛି।

ପୁଅ ଅଙ୍କିତଙ୍କ ପାଇଁ ପ୍ରତାପ ଜେନା ନିର୍ବାଚନ ପରିଚାଳନା କରିବା ସହ ଉଭୟ ଅଙ୍କିତ ଓ ବିଜେଡିର କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ଅଂଶୁମାନଙ୍କୁ ଏକାଠି କରି ରଣନୀତି ପ୍ରସ୍ତୁତ କରୁଛନ୍ତି। କିନ୍ତୁ ଏଭଳି ପରିବର୍ତ୍ତିତ ରାଜନୈତିକ ସ୍ଥିତି ଏବେ ମାହାଙ୍ଗା ରାଜନୀତିକୁ ରୋଚକ ମୋଡରେ ପହଞ୍ଚାଇଛି।

Post Views105 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!