ରାଉରକେଲାକୁ ଦିଲ୍ଲୀପ ରିଟର୍ଣ୍ଣସ୍

ରାଉରକେଲା ବିଧାନସଭା ପାଇଁ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ବରିଷ୍ଠ ଦିଲ୍ଲୀପ ରାୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶମୂଳକ କାମ ନେଇ ଭୋଟରଙ୍କ ପାଖକୁ ଯିବେ ଦିଲ୍ଲୀପ । ଏଥର ବି ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ସାରଦା ନାୟକଙ୍କ ସହ ଦିଲ୍ଲୀପଙ୍କର ଟକ୍କର ହେବ । ପୂର୍ବରୁ ଦିଲ୍ଲୀପ ପ୍ରାର୍ଥୀ ହେବା ନେଇ ସଂକେତ ଦେଇଥିଲେ ଜୁଏଲ ଓରାମ । ସୁନ୍ଦରଗଡ ଲୋକସଭାରେ ମଧ୍ୟ ଦିଲ୍ଲୀପ ଫ୍ୟାକ୍ଟର ବେଶ ଗୁରୁତ୍ୱ ରଖିବ ବୋଲି କୁହାଯାଉଛି । ରାଉରକେଲାରୁ ୨୦୧୪ରେ ବିଜେପି ଟିକେଟରେ ଲଢି ବିଧାୟକ ନିର୍ବାଚିତ ହୋଇଥିଲେ ଦିଲ୍ଲୀପ ରାୟ । ୨୦୧୯ ନିର୍ବାଚନ ଲଢିନଥିଲେ ଦିଲ୍ଲୀପ ।

ଦିଲ୍ଲୀପ ରାୟ ଭାଜପାରୁ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡି ସାରଦା ପ୍ରସାଦ ନାୟକଙ୍କୁ ଟିକେଟ୍‌ ଦେଇଛି। ଏଭଳି ସ୍ଥିତିରେ ରାଉଲକେଲା ନିର୍ବାଚନମଣ୍ଡଳୀରେ ବିଗ୍‌ ଫାଇଟ୍‌ ହେବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି।ଦିଲ୍ଲୀପ ରାୟଙ୍କ ରାଜନୈତିକ କାରିଅର ଦୃଢ ଥିବାବେଳେ ତାଙ୍କ ପାଇଁ ଏହି ଅସନରେ ବେଶ୍ ଲୋକପ୍ରିୟତା ରହିଆସିଛି । ୧୯୮୫ ମସିହାରେ ସେ ତତ୍କାଳୀନ ରାଉରକେଲା ବିଜ୍ଞାପିତ ପରିଷଦର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇ ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ।

ସେହି ବର୍ଷ ସେ ରାଉରକେଲା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଏବଂ ୧୯୯୦ ମସିହାରେ ପୁଣିଥରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୦ରୁ ୧୯୯୫ ଯାଏଁ ସେ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ଜନତା ଦଳ ସରକାର ରେ ସେ ଶିଳ୍ପ ମନ୍ତ୍ରୀ ଥିଲେ । ୧୯୯୬ରୁ ୨୦୦୨ ଏବଂ ୨୦୦୨ରୁ ୨୦୦୮ ଦୁଇ ଥର ରାଜ୍ୟସଭାକୁ ମନୋନୀତ ହୋଇଥିଲେ ଦିଲ୍ଲୀପ । ଜଣେ ସାଂସଦ ଭାବରେ ସେ ଅନେକ ମନ୍ତ୍ରଣାଳୟର ଦାୟିତ୍ୱ ସମ୍ଭାଳିଥିଲେ ଏବଂ ବିଭିନ୍ନ ସଂସଦୀୟ କମିଟିର ସଦସ୍ୟ ଭାବେ ମଧ୍ୟ କାର୍ଯ୍ୟଭାର ତୁଲାଇଥିଲେ ।

ପୂର୍ବତନ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ଦିଲ୍ଲୀପ ରାୟ । କେନ୍ଦ୍ରମନ୍ତ୍ରୀ ଥିବାବେଳେ ୧୯୯୯ ମସିହାରେ ଝାଡ଼ଖଣ୍ଡରେ ବେଆଇନ ଭାବରେ କୋଇଲା ବ୍ଲକ ଅଲୋକେସନରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଭେଟେରାନ ରାଜନେତା ଦିଲ୍ଲୀପ ରାୟ । ୬ ଅକ୍ଟୋବର ୨୦୨୦ରେ ସ୍ପେଶାଲ ସିବିଆଇ କୋର୍ଟ ଦିଲ୍ଲୀପଙ୍କୁ ୩ ବର୍ଷ ଜେଲ ଦଣ୍ଡ ଶୁଣାଇବା ସହ ୧୦ ଲକ୍ଷ ଟଙ୍କା ଜରିମାନା କରିଥିଲେ । ଏହି ରାୟକୁ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିବା ସହ ନିର୍ବାଚନ ଲଢ଼ିବା ପାଇଁ ଆବେଦନ କରିଥିଲେ ଦିଲ୍ଲୀପ । ତାଙ୍କ ଉପରେ ଥିବା ଦଣ୍ଡାଦେଶରେ ରହିତାଦେଶ ଜାରି କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ଏହାପରେ ସେ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଥିଲେ ।

Post Views43 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!