ମୋହନ ସରକାରର ଡିଫେଣ୍ଡର ଠାକୁର ରଣଜିତ ଦାସ

ଗୋଟିଏ ରାଜନୈତିକ ଦଳର ଶକ୍ତି ଓ ପ୍ରତିପତ୍ତି କ୍ଯାପଟେନଙ୍କ ଉପରେ ଯେତିକି ନିର୍ଭରଶୀଳ ସେହି ଦଳର ଡିଫେଣ୍ଡର୍ସଙ୍କ ଉପରେ ଠିକ୍ ସେତିକି ନ୍ଯସ୍ତ ହୋଇଥାଏ । ବିରୋଧୀଙ୍କ ଆକ୍ରମଣର ପ୍ରତି ଆକ୍ରମଣ ଦେଇ ଜନମାନସରେ ନିଜ ଦଳର ସୁଦୃଢତା ଓ ପ୍ରକାଶ କରିବା ଜଣେ ମୁଖପାତ୍ରଙ୍କର ଗୁରୁଦାୟିତ୍ବ । ଆଉ ସେହି ଗୁରୁଦାୟିତ୍ବକୁ ସୁଚାରୁରୂପେ ସଂପାଦନ ସହ ରାଜ୍ଯରେ ବିରୋଧୀଙ୍କ ମୁହଁ ବନ୍ଦ କରିଦେଉଥିବା ଜଣେ ମୁଖପାତ୍ର ହେଲେ ବିଜେପି ନେତା ଠାକୁର ରଣଜିତ୍ ଦାସ । ଦଳକୁ ସୁରକ୍ଷା ଓ ଦଳପାଇଁ ପ୍ରତିନିଧିତ୍ବ କରି ରାଜ୍ଯର ଘରେ ଘରେ ପରିଚିତ ହୋଇପାରିଛନ୍ତି ଠାକୁର ରଣଜିତ । ବିଜେପିର ମୁଖପାତ୍ର ଭାବେ ତଥ୍ଯ ଭିତ୍ତିକ ଯୁକ୍ତି ରଖି ସବୁ ମହଲରେ ଆଦର ଲାଭ କରିବା ସହ ଦଳକୁ ସୁଦୃଢ କରିବାରେ ତାଙ୍କ ଭୂମିକା ଅବର୍ଣ୍ଣନୀୟ । ଏହାସହ ରାଜ୍ଯଠୁ କେନ୍ଦ୍ରୀୟ ନେତାଙ୍କ ପର୍ଯ୍ୟନ୍ତ ଠାକୁର ରଣଜିତ ବେଶ୍ ଆପଣାର ଓ ଗ୍ରହଣୀୟ ମଧ୍ଯ ।

ଜଣେ ଯୁବବତ୍ସଳ, ମେଳାପି, ସୁବକ୍ତା, ଦୃଢ଼ ନେତୃତ୍ବର ଅଧିକାରୀ ଭାରତୀୟ ଜନତା ପାର୍ଟିର ରାଜ୍ୟ ପ୍ରବକ୍ତା ତଥା ଖଇରା ମାଟିର ଯୁବନେତା ହେଉଛନ୍ତି ଠାକୁର ରଣଜିତ ଦାସ । ବାଲେଶ୍ବର ଜିଲ୍ଲା ସିମୁଳିଆ ନିର୍ବାଚନମଣ୍ଡଳୀର ଖଇରା ବ୍ଲକରେ ଜନ୍ମ ନେଇଥିଲେ ଠାକୁର । ପିଲାଟି ଦିନରୁ ନେତୃତ୍ବ ନେବାର ଦକ୍ଷତା ଓ ଗରିବଙ୍କ ପାଇଁ ସ୍ବର ସାଜିବାର ପ୍ରତିବଦ୍ଧତା ତାଙ୍କୁ ରାଜନୀତିର କ୍ଷେତ୍ରକୁ ଆକର୍ଷିତ କରିଥିଲା । ମାଟି ପାଇଁ ସମ୍ପୂର୍ଣ୍ଣ ଭାବେ ସମର୍ପିତ ହୋଇଛନ୍ତି ଠାକୁର । ପ୍ରତି ମଣିଷର ସୁଖଦୁଃଖରେ ଠିଆହେବା ସହ ନିଜ ଅଞ୍ଚଳର ବିକାଶ ପାଇଁ ସ୍ବର ଉଠାଇଛନ୍ତି ଓ ପ୍ରୟାସ କରି ସଫଳ ମଧ୍ଯ ହୋଇଛନ୍ତି । ରାଜ୍ଯରେ ବିଜେଡି ସରକାର ଥିବାବେଳେ ବିଭିନ୍ନ ପ୍ରସଙ୍ଗରେ ବିଜେଡିକୁ ଘେରିଛନ୍ତି ଠାକୁର । ଯୁକ୍ତି ସଂଗତ ତଥ୍ୟ ରଖି ବିଜେଡି ଓ କଂଗ୍ରେସ ନେତାଙ୍କ ମୁହଁ ବନ୍ଦ କରିଦେଇଛନ୍ତି । ତଥ୍ଯ ଭିତ୍ତିକ ପ୍ରସଙ୍ଗରେ ତତ୍କାଳୀନ ବିଜେଡି ସରକାରକୁ ସେ ଅନେକ ସମୟରେ କାଠ ଗଡ଼ାକୁ ଟାଣିଛନ୍ତି । ତାଙ୍କ ନେତୃତ୍ବକୁ ସ୍ଥାନୀୟ ସିମୁଳିଆବାସୀ ବେଶ୍ ଗ୍ରହଣ କରିବା ସହ ମାଟିର ପିଲାଙ୍କୁ ଭଲପାଇବା ମ ର୍ ଅଜାଡ଼ି ଦେଇଛନ୍ତି ।

ଖଇରା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧିନ ପାର୍ବତୀପୁର ଗାଁରେ ଜନ୍ମ ହୋଇଥିବା ଠାକୁର ରଣଜିତ ଦାସ ସବୁବେଳେ ମାଟିର ବିକାଶ ପାଇଁ ପ୍ରୟାସ କରିଛନ୍ତି । ନିଜ ଅଞ୍ଚଳର ବିକାଶ ଉଦ୍ଦେଶ୍ୟରେ ଛାତ୍ରଜୀବନରୁ ରାଜନୀତିରେ ପାଦ ଦେଇ ଆଜି କେନ୍ଦ୍ର,ରାଜ୍ୟ ତଥା ନିଜ ଅଞ୍ଚଳରେ ନିଜର ଏକ ସ୍ୱତ୍ୱନ୍ତ୍ର ପରିଚୟ ସୃଷ୍ଟିକରିପାରିଛନ୍ତି । ସେ ବିଜେପି ଦଳରେ କେନ୍ଦ୍ର ଏବଂ ରାଜ୍ୟରେ ବିଭିନ୍ନ ପଦପଦବୀରେ ରହି କାର୍ଯ୍ୟ କରିଥିବା ବେଳେ ବିଭିନ୍ନ ସମୟରେ କେନ୍ଦ୍ରୀୟ ନେତୃତ୍ୱ ଏବଂ କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଅଞ୍ଚଳର ବିଭିନ୍ନ ସମସ୍ୟାକୁ ଉପସ୍ଥାପନା କରି ଅଞ୍ଚଳର ଅନେକ ବିକାଶମୂଳକ କାର୍ଯ୍ୟ କରିବାରେ ସଫଳ ହୋଇଛନ୍ତି। ଠାକୁର ରଣଜିତ ଦାସ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଆନୁଗତ୍ୟ ଭାବେ ବେଶ ଜଣାଶୁଣା । କୁହାଯାଏଁ ଧର୍ମେନ୍ଦ୍ରଙ୍କ ଗୁଡ୍ ବୁକରେ ଅଛନ୍ତି ଟାକୁର । ସମସ୍ତ କେନ୍ଦ୍ରମନ୍ତ୍ରୀ ଏବଂ କେନ୍ଦ୍ର ନେତ୍ତୃତ୍ୱଙ୍କ ଖୁବ ନିକଟର ହୋଇଥିବାରୁ ବିଭିନ୍ନ ସମୟରେ ସେମାନଙ୍କ ନିକଟରେ ଦାବି ଉପସ୍ଥାପନା କରି ବିଭିନ୍ନ କେନ୍ଦ୍ର ଯୋଜନା କାର୍ଯ୍ୟକାରୀ କରି ଅଞ୍ଚଳର ବିକାଶ କରିବାରେ ସେ ବେଶ୍ ଆଗରେ ।

ଖଇରାରେ ଏଲଆଇସି ଅଫିସ,ଷ୍ଟେଟ ବ୍ୟାଙ୍କ ଏବଂ ୟୁନିୟନ ବ୍ୟାଙ୍କ ସ୍ଥାପନା ପାଇଁ ପୂର୍ବରୁ ସେ ଦାବି କରିଥିଲେ । ତାଙ୍କ ଦାବି ଅନୁଯାଇ କେନ୍ଦ୍ର ଅର୍ଥମନ୍ତ୍ରୀ ସମସ୍ତ ଦାବି ପୂରଣ କରିଛନ୍ତି । ଖଇରାବାସୀ ଯେଭଳି ଆବାସ ଯୋଜନାରେ ଘର,ରାସନକାର୍ଡ,ଭର୍ତ୍ତା,ଚାଷ କାର୍ଯ୍ୟପାଇଁ ସହାୟତା,ରାସ୍ତା ଘାଟର ଉନ୍ନତି ତଥା କିପରି ସମସ୍ତ ସରକାରୀ ଯୋଜନାରେ ଲାଭ ଉଠାଇବେ ସେଥିପାଇଁ ସେ ସବୁବେଳେ ପ୍ରୟାସ କରିଛନ୍ତି । ବିଜେପିର ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପାଧ୍ଯକ୍ଷ ଭାବେ ମଧ୍ଯ ଦଳୀୟ ସଂଗଠନକୁ ସୁଦୃଢ କରିବାରେ ତାଙ୍କ ଅବଦାନ ଉଲ୍ଲେଖନୀୟ। ଏବେ ରାଜ୍ଯରେ ମୋହନ ସରକାର ଲୋକପ୍ରିୟ ହେବାରେ ଲାଗିଛି । ବିଜେପି ପ୍ରଥମ କରି ସରକାର ଗଢିଥିବାବେଳେ ଠାକୁର ରଣଜିତ ଦାସଙ୍କ ଗୁରୁଦାୟିତ୍ବ ବଢିଯାଇଛି । ମୋହନ ସରକାରଙ୍କ ଜନପ୍ରିୟ ବିକାଶ କାମକୁ ଘରେ ଘରେ ପହଞ୍ଚାଇବା ସହ ଜନତାଙ୍କ କଥାକୁ ସରକାରକୁ ଆଣିବାର ଦାୟିତ୍ବ ତାଙ୍କ ଉପରେ ନ୍ଯସ୍ତ । ଏହି କାର୍ଯ୍ଯକୁ ମଧ୍ଯ ସେ ଭଲଭାବରେ ଦକ୍ଷତାର ସହ ତୁଲାଇବେ ବୋଲି ଆଶା କରାଯାଉଛି ।

Post Views39 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!