ମୁନ୍ଦାଏ ପିଇବା ପାଣି ପାଇଁ ମାଇଲ୍‌‌ ମାଇଲ ଯାତ୍ରା

ମୁନ୍ଦାଏ ପିଇବା ପାଣି ପାଇଁ ମାଇଲ୍‌‌ ମାଇଲ ଯାତ୍ରା କେଉଁ ଉପାନ୍ତ ଅଞ୍ଚଳ ନୁହେଁ ବରଂ ରାଜଧାନୀ ଉପକଣ୍ଠ ଢୋଲକାଠ ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

ସ୍ମାର୍ଟସିଟିର ଖଣ୍ଡଗିରି ଛକରୁ ୨୦ କିଲୋମିଟର ଏବଂ ଡେରାସ ଜଳପ୍ରକଳ୍ପଠାରୁ ମାତ୍ର ୭ କିଲୋମିଟର ଦୂରରେ ରହିଛି ଏହି ଗାଁ। ଯେଉଁଠାରେ ନଳକୂଅରୁ ପାଣି ଆଣିବା ପାଇଁ ଲୋକଙ୍କୁ ଚାଲିବାକୁ ପଡ଼ୁଛି ପ୍ରାୟ ୪ କିଲୋମିଟର ଦୂର । ସ୍ୱଚ୍ଛ ଓ ପରିଷ୍କାର ପାନୀୟ ଜଳ ପାଇଁ ରାଜଧାନୀର ବିଭିନ୍ନ ସ୍ଥାନରେ ୱାଟର୍‌‌ ଏଟିଏମ୍‌‌ ଓ ଥଣ୍ଡା ପାନୀୟ ଜଳ ବ୍ୟବସ୍ଥା କରାଯାଇଥିବା ବେଳେ ଏହି ଗାଁରେ ଜଳପାଇଁ ସର୍ବନିମ୍ନ ସୁବିଧା ନାହିଁ। ପାଣି ମୁନ୍ଦେ ପାଇଁ ଯେଭଳି କୌଣସି ବ୍ୟକ୍ତି ଯେପରି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତୁ ସେଥିପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ହେଲେ ଏହି ଯୋଜନା ଢୋଲକାଠ ଗ୍ରାମରେ ପହଞ୍ଚିପାରିନି।

ଡମପଡ଼ା ପଞ୍ଚାୟତ ଅଧୀନରେ ରହିଥିବା ୫ଟି ଗାଁ ମଧ୍ୟରେ ରହିଛି ଢୋଲକାଠ। ଯେଉଁଠି ୭୭ଟି ପରିବାରର ପ୍ରାୟ ୪୦୦ ଲୋକ ବାସ କରନ୍ତି । ଗାଁରେ ପ୍ରାୟ ୩ ଟି ସ୍ଥାନରେ ନଳକୂପ ରହିଥିବାବେଳେ ସେଥିରୁ ଗୋଟିଏ ଅଚଳ ହୋଇପଡ଼ିଛି। ଗୋଟିଏ ପଟେ ସୁସୁନ୍ଦର ଅଟ୍ଟାଳିକା ଅନ୍ୟପଟେ ପାଣିପାଇଁ ହାହାକାର ତେବେ ଢୋଲକାଠ ଗ୍ରାମବାସୀ କେବେ ଯେ ପିଇବା ପାଣି ସୁବିଧା ପାଇବେ ତାହା ଦେଖିବାକୁ ବାକି ରହିଲା ।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!