ରାତିପାହିଲେ ଖୋଲିବ ରତ୍ନଭଣ୍ଡାର

ଆସନ୍ତାକାଲି ଖୋଲିବ ରତ୍ନଭଣ୍ଡାର, ଅତ୍ୟନ୍ତ ସ୍ୱଚ୍ଛତାର ସହ ନିଖୁଣ ଭାବେ ରତ୍ନଭଣ୍ଡାରର ଗଣତି ମଣତି କରାଯିବ । ଏହି ସମୟରେ ଆରବିଆଇର ପ୍ରତିିନିଧି ମଧ୍ୟ ରହିବାର ସୂଚନା ରହିଛି । ରତ୍ନଭଣ୍ଡାର ଗଣତିର ଡିଜିଟାଲ ଡକ୍ୟୁମେଣ୍ଟ ପ୍ରସ୍ତୁତ ହେବ, ସୂଚନା ଦେଲେ ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ରାତି ପାହିଲେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଅତ୍ୟନ୍ତ ସ୍ୱଚ୍ଛତାର ସହକାରେ ରତ୍ନଭଣ୍ଡାର ଅଳଙ୍କାରର ଗଣତି ମଣତି କରାଯିବ । ଗଣତି ମଣତି ପାଇଁ ରିଜର୍ଭ ବ୍ୟାଙ୍କର ମଧ୍ୟ ସହାୟତା ନିଆଯାଉଛି । ତେଣୁ ରତ୍ନଭଣ୍ଡାର ଖୋଲିବା ସମୟରେ ରିଜର୍ଭ ବ୍ୟାଙ୍କର ପ୍ରତିନିଧି ଉପସ୍ଥିତ ରହିବେ । ପ୍ରତିଟି ଅଳଙ୍କାରର ମୂଲ୍ୟ ସହ ଡିଜିଟାଲ ଡକ୍ୟୁମେଣ୍ଟ ପ୍ରସ୍ତୁତ ହେବ । ଯାହା ଫଳରେ କି ଭବିଷ୍ୟତରେ ରତ୍ନଭଣ୍ଡାରର ଗଣତି ମଣତି ସହଜ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ସେହିପରି ସୁରକ୍ଷିତ ଦୃଷ୍ଟିରୁ ସ୍ନେକ୍‌ ହେଲପଲାଇନ୍‌ ଓ ମେଡିକାଲ ଟିମ୍‌ ମଧ୍ୟ ରହିବେ, ଆବଶ୍ୟକ ପଡ଼ିଲେ ସେମାନଙ୍କୁ ଭିତରକୁ ଯିବାକୁ ପଡ଼ିପାରେ । ତେବେ କେଉଁମାନେ ରତ୍ନଭଣ୍ଡାର ଭିତରକୁ ଯିବେ ସେନେଇ ମଧ୍ୟ ଏସ୍‌ଓପି ପ୍ରସ୍ତୁତ ହୋଇଛି । ତଦାରଖ କମିଟିର ୨ ଜଣ, ଜିଲ୍ଲାପାଳ, ତାଲା ଭଙ୍ଗା ଟିମ୍‌, ଏଏସ୍‌ଆଇ ଟିମ୍‌, ଭଣ୍ଡାର ମେକାପ, ତଡ଼ଉ କରଣ ରତ୍ନଭଣ୍ଡାର ଭିତରକୁ ଯିବେ । ସେହିପରି ରତ୍ନ ଅଳଙ୍କାର ରଖିବା ପାଇଁ ମନ୍ଦିର ଭିତରେ ସ୍ଥାନ ଚିହ୍ନଟ ହୋଇସାରିଛି ବୋଲି କହିଛନ୍ତି ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍‌ ବିଶ୍ୱନାଥ ରଥ ।

ଅନ୍ୟପଟେ ରତ୍ନଭଣ୍ଡାର ଖୋଲିବା ସମୟରେ ଭକ୍ତଙ୍କ ଦର୍ଶନରେ କୌଣସି ବି ଅସୁବିଧା ହେବ ନାହିଁ । ତା ସହିତ ମହାପ୍ରଭୁଙ୍କର ନୀତିକାନ୍ତିରେ ମଧ୍ୟ କୌଣସି ଅସୁବିଧା ହେବନି ବୋଲି ଆଇନ୍ ମନ୍ତ୍ରୀ ସୂଚନା ଦେଇଛନ୍ତି ।

Post Views110 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!