ଅମିତ ଶାହାଙ୍କ ମୁହଁରେ ନବୀନଙ୍କ ପ୍ରଶଂସା

କେରଳର ଓୟନାଡରେ ଭୟଙ୍କର ଭୂସ୍ଖଳନ ହୋଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୧୩୦ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୧୨୮ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମାଟି ତଳେ ୪୦୦ରୁ ଅଧିକ ପରିବାର ଫଶି ରହିଥିବା ସୂଚନା ମିଳିଛି। ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଭୂସ୍ଖଳନ ଘଟଣା ସମ୍ପର୍କରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବୁଧବାର ରାଜ୍ୟ ସଭାରେ ଜବାବ ରଖିଛନ୍ତି। ସେ କହିଛନ୍ତି, ଏଭଳି ବିପର୍ଯ୍ୟୟର ସମ୍ଭାବନା ସମ୍ପର୍କରେ କେରଳ ସରକାରଙ୍କୁ ପୂର୍ବରୁ ଚେତାବନୀ ଦିଆଯାଇଛି।

ସାଧାରଣତଃ ଅନେକ ରାଜ୍ୟ ଏଭଳି ଚେତାବନୀ ପ୍ରତି ଧ୍ୟାନ ଦିଅନ୍ତି, କିନ୍ତୁ କେରଳ ସରକାର ଏହାକୁ ଅଣଦେଖା କରିଛନ୍ତି। ଏହାସହ ସେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦାହରଣ ଦେଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ଅନେକ ରାଜ୍ୟର ସରକାର ଅଛନ୍ତି,ଯେଉଁମାନେ ଏହି ପ୍ରକାର ଚେତାବନୀ ବ୍ୟବହାର କରି ଜିରୋ କାଜୁଆଲିଟି ବିପର୍ଯ୍ୟୟ ପରିଚାଳନା କରିଛନ୍ତି। ଯେତେବେଳେ ନବୀନ ପଟ୍ଟନାୟକ ଓଡିଶାରେ କ୍ଷମତାରେ ଥିଲେ, ଆମେ ୭ ଦିନ ପୂର୍ବରୁ ଏକ ସାଇକ୍ଲୋନ ଆଲର୍ଟ ପଠାଇଥିଲୁ, କେବଳ ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରିଥିଲେ। ଆମେ ୩ ଦିନ ପୂର୍ବରୁ ଗୁଜରାଟ ସରକାରଙ୍କୁ ସାଇକ୍ଲୋନ ଆଲର୍ଟ ପଠାଇଥିଲୁ, ଜଣେ ବି ଲୋକଙ୍କ ମୃତ୍ୟୁ ଘଟି ନ ଥିଲା।
ଶାହା କହିଛନ୍ତି, ଏଭଳି ବିପର୍ଯ୍ୟୟର ସମ୍ଭାବନା ସମ୍ପର୍କରେ କେରଳ ସରକାରଙ୍କୁ ପୂର୍ବରୁ ଚେତାବନୀ ଦିଆଯାଇଛି। ସାଧାରଣତଃ ଅନେକ ରାଜ୍ୟ ଏଭଳି ଚେତାବନୀ ପ୍ରତି ଧ୍ୟାନ ଦିଅନ୍ତି, କିନ୍ତୁ କେରଳ ସରକାର ଏହାକୁ ଅଣଦେଖା କରିଛନ୍ତି।

ଅମିତ ଶାହା କହିଛନ୍ତି, ୨୦୧୪ରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହୋଇଥିଲେ। ପ୍ରାରମ୍ଭିକ ଚେତାବନୀ ପ୍ରଣାଳୀର ପ୍ରକଳ୍ପ ୨୦୧୬ରେ ଆରମ୍ଭ ହୋଇଥିଲା ଏବଂ ୨୦୨୩ ସୁଦ୍ଧା ଭାରତରେ ବିଶ୍ୱର ସବୁଠାରୁ ଆଧୁନିକ ପ୍ରାରମ୍ଭିକ ଚେତାବନୀ ବ୍ୟବସ୍ଥା ରହିବ। ଏଥିରେ ଦୁନିଆରେ କେବଳ ଚାରୋଟି ଦେଶ ଅଛନ୍ତି, ଯେଉଁମାନେ ସାତ ଦିନ ପୂର୍ବରୁ ଭବିଷ୍ୟବାଣୀ କରନ୍ତି, ସେଥିମଧ୍ୟରୁ ଗୋଟିଏ ହେଉଛି ଭାରତ।

Post Views34 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!