କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ଖୋଳତାଡ଼ କରୁଛି ସିବିଆଇ। ଆଜି ପଲିଗ୍ରାଫ୍ ଟେଷ୍ଟ ସମୟରେ ଅପରାଧ ଦିନ କ’ଣ କ’ଣ କରିଥିଲା, ସେସବୁ ସ୍ୱୀକାର କରିଛି ଅଭିଯୁକ୍ତ ସଞ୍ଜୟ।
ସିବିଆଇ ସୂତ୍ରରୁ ପ୍ରକାଶ ଯେ, ପଚରାଉଚରା ବେଳେ ସଞ୍ଜୟ ରୟ ଅପରାଧ ଘଟାଇଥିବା ରାତିରେ କ’ଣ କ’ଣ କରିଥିଲା, ସେସବୁ ବିସ୍ତୃତ ଭାବେ କହିଛି। ସହରର ଦୁଇଟି ରେଡ୍ ଲାଇଟ୍ ଅଞ୍ଚଳକୁ ଯାଇଥିବା ମାନିଛି ସଞ୍ଜୟ। କିନ୍ତୁ ସେଠାରେ ସେକ୍ସ କରି ନଥିବା ସିବିଆଇକୁ ସେ କହିଛି।
ସଞ୍ଜୟ ରୟ ଆହୁରି ସ୍ୱୀକାର କରିଛି ଯେ, ଘଟଣା ଘଟିଥିବା ରାତିରେ ଅନ୍ୟ ଜଣେ ମହିଳାଙ୍କ ସହ ଅସଦାଚରଣ କରିଥିଲା ଏବଂ ପ୍ରେମିକାଙ୍କୁ ଭିଡିଓ କଲ୍ କରି ଅଶ୍ଳୀଳ ଫଟୋ ମାଗିଥିଲା।
ଯେଉଁ ବନ୍ଧୁଙ୍କ ବାଇକରେ ରେଡ୍ ଲାଇଟ୍ ଏରିଆ ଯାଇଥିଲା, ତାଙ୍କ ସହ ଆରଜି କର ହସ୍ପିଟାଲକୁ ଆସିଥିଲା। ସେଠାରେ ଆଡମିଟ୍ ହୋଇଥିବା ଅନ୍ୟ ଜଣେ ବନ୍ଧୁଙ୍କ ଭାଇ ସହ ଭେଟିବାକୁ ଯିବାକୁ କହି ହସ୍ପିଟାଲ ଯାଇଥିଲା ସଞ୍ଜୟ। ରାତି ୧୧ଟା୧୫ରେ ଉଭୟ ହସ୍ପିଟାଲରୁ ବାହାରି ଯାଇଥିଲେ ଏବଂ ବାହାରେ ମଦ୍ୟପାନ କରିଥିଲେ।

