ଭରତପୁର ଥାନା ଘଟଣାରେ ତଦନ୍ତ ଦାବି କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

ଭରତପୁର ଥାନା ଘଟଣାରେ ତଦନ୍ତ ଦାବି କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଭରତପୁର ଥାନାରେ ସେନାଧିକାରୀ ଓ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା। ଖୋଦ ପୋଲିସ ଥାନାରେ ଥାର୍ଡ ଡିଗ୍ରୀକୁ ଅତି ନିନ୍ଦନୀୟ କହିଲେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି ନବୀନ। ଏହା ସହ ଅମାନବୀୟ ଘଟଣାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଲାଗି ସେ ଦାବି କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ନବୀନ କହିଛନ୍ତି- ଥାନା ଭିତରେ ଯୌନ ନିର୍ଯାତନା ଘଟଣା ଅତି ନିନ୍ଦନୀୟ।

ରାଜ୍ଯରେ ଆଇନ ଶୃଙ୍ଖଳା ବ୍ଯବସ୍ଥା ଭୁଶୁଡି ପଡିଛି। ଆଇନଶୃଙ୍ଖଳା ନିୟନ୍ତ୍ରଣରେ ରାଜ୍ଯ ସରକାର ବିଫଳ ହୋଇଛନ୍ତି। ସେହିପରି ରାଜ୍ଯପାଳଙ୍କ ପୁଅଙ୍କ ଦ୍ବାରା ଏଏସଓଙ୍କୁ ମାଡ ମାରିବା ଘଟଣାକୁ ନେଇ ରାଜ୍ଯ ସରକାରଙ୍କ ନୀରବତାକୁ ସମାଲୋଚନା କରିଛନ୍ତି ନବୀନ। ଏହି ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନାହିଁ ବୋଲି ସେ କହିଛନ୍ତି। ଏସବୁ ରାଜ୍ଯ ସରକାରଙ୍କ ଅପାରଗତାକୁ ପ୍ରକାଶ କରୁଛି ବୋଲି ସେ କହିଛନ୍ତି।

Post Views40 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!