କଟକ-ଭୁବନେଶ୍ୱରର ନୂଆ କମିଶନର ଭାବେ ଦାୟିତ୍ୱ ନେଲେ ସୁରେଶ ଦେବଦତ୍ତ ସିଂହ

ସଞ୍ଜୀବ ପଣ୍ଡାଙ୍କ ସ୍ଥାନ ନେଲେ ସୁରେଶ ଦେବଦତ୍ତ ସିଂହ । ଦାୟିତ୍ୱ ନେଲେ ନୂଆ ପୋଲିସ କମିଶନର । କଟକ-ଭୁବନେଶ୍ୱରର ୧୦ମ ପୋଲିସ କମିଶନର ଭାବେ ଯୋଗ ଦେଲେ ବରିଷ୍ଠ ଆଇପିଏସ୍ ସୁରେଶ ଦେବଦତ୍ତ ସିଂହ ।

ଖବର ଅନୁଯାୟୀ, ରବିବାର ରାଜ୍ୟ ସରକାରଙ୍କ ପକ୍ଷରୁ ଆଇପିଏସ୍‌ ସ୍ତରରେ ଅଦଳବଦଳ ହୋଇଥିଲା । ଯେଉଁଥିରେ କଟକ-ଭୁବନେଶ୍ୱରର କମିଶନର ଥିବା ସଞ୍ଜୀବ ପଣ୍ଡାଙ୍କ ବଦଳି କରାଯାଇଥିଲା । ତାଙ୍କ ବଦଳରେ ୧୯୯୮ ବ୍ୟାଚର ବରିଷ୍ଠ ଆଇପିଏସ୍‌ ସୁରେଶ ଦେବଦତ୍ତ ସିଂହଙ୍କୁ ଦାୟିତ୍ୱ ଦିଆଯାଇଥିଲା । ରବିବାର ବଦଳି ହେବା ପରେ ସୋମବାର ଦିନ ଅପରାହ୍ନ ସମୟରେ ଟ୍ୱିନ୍‌ ସିଟିର ନୂତନ କମିଶନର ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି ଆଇପିଏସ୍‌ ସୁରେଶ ଦେବଦତ୍ତ ସିଂହ । ପୋଲିସ କମିଶନରଙ୍କ ମୁଖ୍ୟାଳୟରେ ଗାର୍ଡ ଅଫ ଅର୍ନର ଦିଆଯାଇଥିଲା । ଏହାପରେ ତାଙ୍କୁ କାର୍ଯ୍ୟାଳୟକୁ ନିଆଯାଇଥିଲା । ସେଠାରେ ଆଇପିଏସ୍‌ ସଞ୍ଜୀବ ପଣ୍ଡା ଦାୟିତ୍ୱ ହସ୍ତାନ୍ତର କରିଥିଲେ ।

Post Views31 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!