‘ଗ୍ରାମୋଦୟ’ ନକ୍ସଲବାଦ ଶେଷ କରିବ, ମିଳିବ ସରକାରୀ ସୁବିଧା

ରାଜ୍ୟରୁ ଶେଷ ହେବ ନକ୍ସଲବାଦ। ନକ୍ସଲ ପ୍ରଭାବିତ ଅଞ୍ଚଳ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ‘ଗ୍ରାମୋଦୟ’ କାର୍ଯ୍ୟକ୍ରମ। ନକ୍ସଲ ପ୍ରଭାବିତ ୧୦ ଜିଲ୍ଲାର ୫୮୩ ଗ୍ରାମ ପାଇଁ ‘ଗ୍ରାମୋଦୟ’ କାର୍ଯ୍ୟକ୍ରମର ଯୋଜନା ହୋଇଛି ।

ନକ୍ସଲ ପ୍ରଭାବିତ ଅଞ୍ଚଳ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ‘ଗ୍ରାମୋଦୟ’ କାର୍ଯ୍ୟକ୍ରମ। ନକ୍ସଲ ପ୍ରଭାବିତ ୧୦ ଜିଲ୍ଲାର ୫୮୩ ଗ୍ରାମ ପାଇଁ ‘ଗ୍ରାମୋଦୟ’ କାର୍ଯ୍ୟକ୍ରମର ଯୋଜନା ହୋଇଛି। ହିତାଧିକାରୀଙ୍କୁ ସରକାରୀ ଯୋଜନାର ସବୁ ସୁବିଧା ପହଞ୍ଚାଇବା ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ‘ଗ୍ରାମୋଦୟ’କୁ ଅନୁଧ୍ୟାନ ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ପର୍ଯ୍ୟବେକ୍ଷଣ କମିଟି ରହିବ। ରାଜ୍ୟ, ଜିଲ୍ଲା ଓ ବ୍ଲକସ୍ତରରେ ରହିବ ପର୍ଯ୍ୟବେକ୍ଷଣ କମିଟି ।

ନକ୍ସଲ ପ୍ରଭାବିତ ୧୦ଟି ଜିଲ୍ଲା ଯଥା ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଓ ରାୟଗଡ଼ା ଭଳି ୧୦ଟି ଜିଲ୍ଲାର ୫୮୩ଟି ଗ୍ରାମର ଜନସାଧାରଣଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯିବ। ସେମାନଙ୍କ ନିକଟରେ ଶତପ୍ରତିଶତ ସରକାରୀ ସୁବିଧା ପହଞ୍ଚାଯାଇବାକୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ଗ୍ରାମୋଦୟ’ ଆରମ୍ଭ କରାଯାଇଛି।ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏହି କାର୍ଯ୍ୟକ୍ରମର ନୋଡାଲ ବିଭାଗ ଭାବେ କାର୍ଯ୍ୟ କରିବ। ଏହା ଅଧୀନରେ ଗ୍ରାମ/ଗୋଷ୍ଠୀକୁ ୩୧ଟି ସରକାରୀ ଯୋଜନା ଏବଂ ହିତାଧିକାରୀ/ପରିବାରକୁ ୪୪ଟି ସରକାରୀ ଯୋଜନାରେ ସମସ୍ତ ସୁବିଧା ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଛି ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!