କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀଙ୍କ ହେଲିକପ୍ଟର ଯାଞ୍ଚ

କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀଙ୍କ ହେଲିକପ୍ଟର ଯାଞ୍ଚ। ମହାରାଷ୍ଟ୍ର ଲାଟୁରରେ ଗଡକରୀଙ୍କ ଚପରକୁ ଯାଞ୍ଚ କରିଛନ୍ତି ନିର୍ବାଚନ କର୍ତ୍ତୃପକ୍ଷ। ଶିବସେନା ୟୁବିଟି ନେତା ଉଦ୍ଧବ ଠାକରେଙ୍କ ଦୁଇଟି ବ୍ଯାଗକୁ ୟାବତମାଲ ଓ ଲାଟୁରରେ ଯାଞ୍ଚ କରାଯିବା ପରେ ଗଡକରୀଙ୍କ ହେଲିକପ୍ଟର ବି ଯାଞ୍ଚ କରାଯାଇଛି। ମହାରାଷ୍ଟ୍ରରେ ନିର୍ବାଚନ ପ୍ରଚାର କାର୍ଯ୍ୟରେ ଯାଇଥିବାବେଳେ ଗଡକରୀ ଯାଞ୍ଚର ସମ୍ମୁଖୀନ ହୋଇଥିଲେ।

ପୂର୍ବରୁ ଗତ ସୋମବାର ଉଦ୍ଧବଙ୍କ ବ୍ଯାଗ ଯାଞ୍ଚକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ନିର୍ବାଚନ ପ୍ରକ୍ରିୟାରେ ତାଙ୍କୁ ଟାର୍ଗେଟ କରାଯାଉଛି ବୋଲି ଅଭିଯୋଗ କରିଥିଲେ ଉଦ୍ଧବ। ରାଜ୍ଯରେ ନିର୍ବାଚନ ଆଚରଣ ବିଧି କାର୍ଯ୍ୟକାରୀ ହେବା ପରେ ନିର୍ବାଚନ ଅଧିକାରୀ ଯାଞ୍ଚ ପ୍ରକ୍ରିୟା ଜାରି ରଖିଛନ୍ତି। ଉଦ୍ଧବ କହିଥିଲେ- ସେ ହେଉଛନ୍ତି ପ୍ରଥମ ନେତା ଯାହାଙ୍କ ବ୍ଯାଗ ଯାଞ୍ଚ ହୋଇଛି। ବିରୋଧୀଙ୍କୁ ଟାର୍ଗେଟ କରାଯାଉଛି ବୋଲି ଅଭିଯୋଗ କରିଥିଲା ମହାବିକାଶ ଅଘାଡି।

Post Views25 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!