ଟଙ୍କାଏ ବଢ଼ିଲା ମଧ୍ୟାହ୍ନଭୋଜନ ଖର୍ଚ୍ଚ

ରାଜ୍ୟ ସରକାର ସ୍କୁଲପିଲାଙ୍କ ମଧ୍ୟାହ୍ନଭୋଜନ ଖର୍ଚ୍ଚକୁ ପ୍ରତି ପିଲା ପିଛା ଦୈନିକ ଏକ ଟଙ୍କା ବୃଦ୍ଧି କରିଛନ୍ତି । ଆଉ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କ ମାସିକ ୨ହଜାର ଟଙ୍କା ଖର୍ଚ୍ଚକୁ ମଧ୍ୟ ସମ୍ପୂର୍ଣ୍ଣ ଛାଡ଼ କରିଛନ୍ତି । ଏଣିକି ପିଲାମାନେ ଆଦର୍ଶ ସ୍କୁଲ ହଷ୍ଟେଲରେ ମାଗଣାରେ ରହିପାରିବେ ଓ ରାଜ୍ୟ ସରକାର ସେମାନଙ୍କ ହଷ୍ଟେଲ ଖର୍ଚ୍ଚ ବହନ କରିବେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟସ୍ତରୀୟ ଶିଶୁ ଦିବସ ସମାରୋହରେ ଯୋଗ ଦେଇ ଏହି ଘୋଷଣା କରିଛନ୍ତି ।

ଓଡ଼ିଶା ଆଦର୍ଶ ବିଦ୍ୟାଳୟର ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କଠୁ ନିଆଯାଉଥିବା ମାସିକ ୨ହଜାର ଟଙ୍କା ଲେଖାଏଁ ଖାଇବା ଖର୍ଚ୍ଚକୁ ସମ୍ପୂର୍ଣ୍ଣ ଛାଡ଼ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଅଭିଭାବକମାନଙ୍କ ଅନୁରୋଧକୁ ରକ୍ଷା କରି ସରକାର ଏହି ମାସିକ ଖର୍ଚ୍ଚ ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ରାଜ୍ୟର ୩୧୪ ବ୍ଲକରେ ଓଡ଼ିଶା ଆଦର୍ଶ ସ୍କୁଲ ମଧ୍ୟରୁ ୧୭୩ଟି ଆଦର୍ଶ ସ୍କୁଲରେ କସ୍ତୁରବା ବାଳିକା ବିଦ୍ୟାଳୟ ଯୋଜନା ଅଧୀନରେ ବାଳିକା ହଷ୍ଟେଲ ନିମନ୍ତେ କେନ୍ଦ୍ର ସରକାର ଅନୁମୋଦନ ଦେଇସାରିଛନ୍ତି ।

ଯେଉଁଠି ସମସ୍ତ ଛାତ୍ରୀଙ୍କ ନିମନ୍ତେ ମାଗଣା ରହିବା ଓ ଖାଇବାର ବ୍ୟବସ୍ଥା ରହିଛି । ବାକି ୧୪୧ଟି ବାଳିକା ହଷ୍ଟେଲ ଓ ୩୧୪ଟି ବାଳକ ହଷ୍ଟେଲରେ ଏହି ମାଗଣା ବ୍ୟବସ୍ଥା କାର୍ଯ୍ୟକ୍ଷମ ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଉଛି । ଓଡ଼ିଶା ଆଦର୍ଶ ସ୍କୁଲର ମୋଟ ୪୫୫ଟି ହଷ୍ଟେଲରେ ଅନ୍ତେବାସୀଙ୍କଠୁ ନିଆଯାଉଥିବା ମାସିକ ୨ହଜାର ଟଙ୍କା ଲେଖାଏଁ ଖାଇବା ଖର୍ଚ୍ଚକୁ ଏଣିକି ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Post Views43 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!