ଏଣିକି ଦୁଗ୍ଧଚାଷୀଙ୍କ ଆକାଉଣ୍ଟକୁ ଯିବ ଟଙ୍କା

ଓଡ଼ିଶାର ଦୁଗ୍ଧଚାଷୀଙ୍କ ପାଇଁ ଖୁସି ଖବର। ଏଣିକି ଦୁଗ୍ଧଚାଷୀଙ୍କ ପାଇଁ ଲାଗୁ ହେବ ଡିବିଟି। ଏନେଇ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି। ଶନିବାର ଆୟୋଜିତ ଓମ୍ଫେଡ୍ ସମୀକ୍ଷା ବୈଠକ ପରେ ମନ୍ତ୍ରୀ କହିଛନ୍ତି, ଅନ୍ୟ ରାଜ୍ୟ ଭଳି ଓଡ଼ିଶାର ଦୁଗ୍ଧଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଯିବ।

ପଞ୍ଚାୟତ କ୍ଷୀର ଧାରା କେନ୍ଦ୍ରରେ କ୍ଷୀର ଦେଲେ ଟଙ୍କା ଦୁଗ୍ଧଚାଷୀଙ୍କ ଆକାଉଣ୍ଟକୁ ଯିବ। ଡିବିଟି ମାଧ୍ୟମରେ ଏହି ଟଙ୍କା ଆକାଉଣ୍ଟକୁ ଯିବ ବୋଲି ମନ୍ତ୍ରୀ କହିଛନ୍ତି।

ଏଥିସହିତ ଓମ୍ଫେଡ୍ରେ କ୍ୱାଲିଟି ଓ କ୍ବାଣ୍ଟିଟି ପାଇଁ ସିସିଟିଭି ପ୍ଲାଣ୍ଟ ଜଗିବ ବୋଲି ମନ୍ତ୍ରୀ କହିଛନ୍ତି। ସମ୍ବଲପୁର, ବ୍ରହ୍ମପୁର ଏବଂ ବାଲେଶ୍ୱରରେ ଓମ୍ଫେଡ୍ ନୂଆ ଡାଏରୀ ପ୍ଲାଣ୍ଟ୍ ଖୋଲିବ। ଖୁବଶୀଘ୍ର ମାର୍କେଟକୁ ଓମ୍ଫେଡ୍ ପାଣି, ଚକୋଲେଟ୍ ଆସିବ। ପ୍ରତି ପଞ୍ଚାୟତରେ ଖୋଲିବ ଓମ୍ଫେଡ୍ ପାର୍ଲର ବି ଖୋଲଯିବ।

ଆଗାମୀ ଦିନରେ ଓମ୍ଫେଡ୍କୁ ସୃଦୁଢ଼ କରିବା ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯିବ। କ୍ଷୀର ଧାରା ମିଶନ ପ୍ରତ୍ୟେକ ପଞ୍ଚାୟତରେ ଖୋଲାଯିବ। ଏବେ ୨୦ଟି କ୍ଷୀର ଧାରା କେନ୍ଦ୍ର ପଞ୍ଚାୟତରେ ଖୋଲିଛି। ପର୍ଯ୍ୟାୟ କ୍ରମେ ଆଉ ଖୋଲାଯିବ ବୋଲି ମନ୍ତ୍ରୀ ଆଜି ସୂଚନା ଦେଇଛନ୍ତି।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!