ମହାରାଷ୍ଟ୍ର ନିର୍ବାଚନରେ ଯୋଜନା ଆଣିଲା ସଫଳତା

ମହାରାଷ୍ଟ୍ରରେ ଦୋହରିଲା ମଧ୍ୟ ପ୍ରଦେଶ ରେଜଲ୍ଟ । ବର୍ଷକ ତଳେ ମଧ୍ୟ ପ୍ରଦେଶରେ ସଫଳତା ଦେଇଥିବା ମ୍ୟାଜିକ୍ କାର୍ଡ ପୁଣି ଥରେ ବିଜେପି ପାଇଁ ମହାରାଷ୍ଟ୍ରରେ କମାଲ କରିଛି । ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳରେ ସଫଳତା ଆଣିଥିବା ମହିଳା କାର୍ଡ ମହାରାଷ୍ଟ୍ରରେ ମଧ୍ୟ ଗୈରିକ ଦଳ ପାଇଁ ବିଜୟ ରାସ୍ତା ଦେଖାଇଛି । ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ବାଧୀନ ମେଣ୍ଟ- ମହାୟୁତି ପାଇଁ ଗେମ ଚେଞ୍ଜର ସାବ୍ୟସ୍ତ ହୋଇଛି ମହିଳା କୈନ୍ଦ୍ରିକ ଯୋଜନା ।
ତେବେ 2019 ନିର୍ବାଚନ ତୁଳନାରେ 2024ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ପଡିଛି 5 ପ୍ରତିଶତ ଅଧିକା ମହିଳା ଭୋଟ । ଏଥର ନିର୍ବାଚନରେ 65.21 ପ୍ରତିଶତ ମହିଳା ଭୋଟ ଦେଇଥିବା ବେଳେ ଗତଥର 59.26 ପ୍ରତିଶତ ଭୋଟ ଦେଇଥିଲେ । ଆଜି ଗଣତିରେ ସନ୍ଧ୍ୟା ସୁଦ୍ଧା ମହାୟୁତି 232 ସିଟରେ ଆଗରେ ରହିଛି । ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ଏକାକି 132 ଆସନରେ ଆଗରେ ରହିଛି ।
2024ରେ 3 କୋଟିରୁ ଅଧିକ ମହିଳା ଭୋଟର ନିଜର ମତାମତ ସାବ୍ୟସ୍ତ କରିଛନ୍ତି । ଯେତେବେଳେ 2019ରେ 2.53 କୋଟି ମହିଳା ମତାମତ ସାବ୍ୟସ୍ତ କରିଥିଲେ । ଏଥର ନିର୍ବାଚନରେ 52.58 ଲକ୍ଷ ମହିଳାଙ୍କ ଅଧିକ ଭୋଟ ପଡିଛି । ଥାନେ ଅଞ୍ଚଳରେ 11 ପ୍ରତିଶତ ମହିଳାଙ୍କ ଭୋଟ ବଢିଥିବା ବେଳେ ପାଲଘରରେ 9 ପ୍ରତିଶତ, ମୁମ୍ୱାଇ ମେଟ୍ରୋପଲିଟାନ୍ ଅଞ୍ଚଳରେ 7 ପ୍ରତିଶତ ମହିଳାଙ୍କ ଭୋଟ ସେୟାର ବଢିଛି ।
କେଉଁ ଯୋଜନା ଆଣିଲା ସଫଳତା-
ମଧ୍ୟ ପ୍ରଦେଶ ନିର୍ବାଚନରେ ମଧ୍ୟ ଠିକ୍ ଏପରି ମହିଳାଙ୍କ ଅଧିକା ଭୋଟ ପଡିଥିଲା । ତେବେ ମହାରାଷ୍ଟ୍ର ନିର୍ବାଚନରେ ମଧ୍ୟ ଗ୍ରାମୀଣ ଏବଂ ଆଦିବାସୀ ମହିଳାଙ୍କ ଭୋଟ ବିଜେପି ପାଇଁ ସଫଳତା ଆଣିଦେଇଛି । ତେବେ ମହିଳା କୈନ୍ଦ୍ରିକ ଯୋଜନା ତଥା ଲଡକୀ ବହିନ ଯୋଜନା ଗେମ ଚେଞ୍ଜର ସାବ୍ୟସ୍ତ ହୋଇଛି । ଏହି ଯୋଜନା ଅଧିନରେ ମହାରାଷ୍ଟ୍ରରେ ଗତ 4 ମାସ ଧରି ଯୋଗ୍ୟ ମହିଳାଙ୍କୁ ମାସିକ 1500 ଟଙ୍କାର ଆର୍ଥିକ ସହାୟତା ମିଳୁଛି । ଏପଟେ ମଧ୍ୟପ୍ରଦେଶରେ ଲାଡଲୀ ବହିନ ଯୋଜନାରେ ମାସିକ ଯୋଗ୍ୟ ମହିଳା ହିତାଧୀକାରୀଙ୍କୁ ମାସିକ ମିଳୁଛି 1250 ଟଙ୍କା ।

Post Views12 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!