ଚିକିଟି ବ୍ଲକ ଜଗନ୍ନାଥପୁର ଗାଁର ଦୁଇ ମହିଳାଙ୍କ ମୃତ୍ୟୁ ଘଟିଛି । ଟ୍ରେନରେ କଟି ଉଭୟଙ୍କ ମୃତ୍ୟୁ ଘଟିଛି । ଟ୍ରେନ ଚଢ଼ିବା ବେଳେ ଖସି ପଡ଼ିବାରୁ ଟ୍ରାକକୁ ଚାଲିଯାଇଥିଲେ । ଉଭୟ ଭୁବନେଶ୍ୱର ପାଚିକା ସଙ୍ଘର ସଭାରେ ଯୋଗ ଦେବାକୁ ଯାଉଥିଲେ । ଘଟଣା ସୋରଳ ଷ୍ଟେସନରେ ଘଟିଛି ।

ମିଳିଥିବା ସୂଚନା ଅନୁସାରେ ମହିଳା ଦ୍ବୟ ଜଗନ୍ନାଥପୁର ସ୍କୁଲର ପାଚିକା ସହାୟିକା ଭାବେ କାମ କରନ୍ତି । ଭୁବନେଶ୍ବରରେ ପାଚିକା ସଙ୍ଘର ଏକ ସଭା ହେବାର ଥିଲା । ଏଥିପାଇଁ ସେମାନେ ଭୁବନେଶ୍ବର ଯିବାକୁ ସୋରଳ ଷ୍ଟେସନରେ ପହଞ୍ଚି ଥିଲେ । ତେବେ ଟ୍ରେନରେ ଚଢ଼ିବା ବେଳେ ଅସାବଧାନତା ବଶତଃ ସେମାନଙ୍କ ଗୋଡ଼ ଖସି ଯାଇଥିଲା । ସେମାନେ ଟ୍ରାକ ଭିତରକୁ ଚାଲିଯାଇଥିଲେ ଓ ଟ୍ରେନତ ତାଙ୍କ ଉପରେ ଚଢ଼ି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା ।ଖବର ପାଇ ଜିଆରପି ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

Post Views88 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!