ରାଜ୍ୟ ୧୦ ପରେ ସଭାପତି ନିଯୁକ୍ତି ! adminJanuary 3, 2025 ପ୍ରଦେଶ କଂଗ୍ରେସ ସଭାପତି ପଦରୁ ଶରତ ପଟ୍ଟନାୟକ ଇସ୍ତଫା ଦେବାର ଦୀର୍ଘଦିନ ବିତିଗଲାଣି। ଏହାସତ୍ତ୍ବେ ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ପକ୍ଷରୁ ନୂତନ ପ୍ରଦେଶ କଂଗ୍ରେସ ସଭାପତି ନିଯୁକ୍ତି ଦିଆଯାଇ ପାରୁନି। ସଭାପତିଙ୍କ ବଦଳରେ ୧୫ଜଣିଆ ଷ୍ଟିଅରିଂ କମିଟି କଂଗ୍ରେସର କମାଣ ସମ୍ଭାଳିଛନ୍ତି। ପ୍ରଦେଶ କଂଗ୍ରେସ ସଭାପତି ନିଯୁକ୍ତି ପଦ୍ମ ଘୁଞ୍ଚିଲା ପରି ଘୁଞ୍ଚି ଚାଲିଛି। ସଭାପତି ନଥିବାରୁ ଦଳର ରଣନୀତି ଠିକ୍ଭାବେ କାର୍ଯ୍ୟକାରୀ ହେଉନାହିଁ। ମଙ୍ଗୁଆଳ ନଥିବାରୁ ବିରୋଧୀ ଦଳଭାବେ ଶାସକ ଦଳ ବିରୋଧରେ କଂଗ୍ରେସ ଠିକ୍ଭାବେ ଜନଆନ୍ଦୋଳନ ଗଢ଼ି ତୋଳିବାରେ ସଫଳ ହୋଇପାରୁ ନଥିବା ଅଭିଯୋଗ ହେଉଛି। ନୂଆ ବର୍ଷରେ ଦଳ ନୂଆ ସଭାପତି ପାଇବ ବୋଲି ଆଶା କରାଯାଉଥିଲେ ମଧ୍ୟ ତାହା ୧୦ ତାରିଖ ପୂର୍ବରୁ ସମ୍ଭବ ନୁହେଁ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ସଭାପତି ଦୌଡ଼ରେ ସାଂସଦ ସପ୍ତଗିରି ଉଲାକା ଓ ପୂର୍ବତନ ବିଧାୟକ ଇଂ. ମହମ୍ମଦ ମୋକିମଙ୍କ ସହିତ ବରିଷ୍ଠ କଂଗ୍ରେସ ନେତା ଭକ୍ତଚରଣ ଦାସ, ଶ୍ରୀକାନ୍ତ ଜେନା ମଧ୍ୟ ରହିଛନ୍ତି। ୧୦ ତାରିଖ ପରେ ଏଆଇସିସି ପିସିସି ସଭାପତି ନିଯୁକ୍ତି ଦେବାର ସମ୍ଭାବନା ରହିଛି। 89 Total Count
ଘନୀଭୂତ ହେବାରେ ଲାଗିଛି ‘ବିପର୍ଯ୍ୟୟ’ ଆରବସାଗରରେ ସୃଷ୍ଟ ବାତ୍ୟା ‘ବିପର୍ଯ୍ୟୟ’ କ୍ରମେ ଘନୀଭୂତ ହେବାରେ ଲାଗିଛି । ଏହାର ପ୍ରଭାବରେ ଆରବ ସାଗରରେ ସମୁଦ୍ର ଅଶାନ୍ତ… April 1, 2024
ବିଜେଡି ସରକାରକୁ ଟାର୍ଗେଟ୍ କଲେ ମୁଖ୍ୟମନ୍ତ୍ରୀ ଛାତ୍ର ସଂସଦ ନିର୍ବାଚନକୁ ନେଇ ପୂର୍ବତନ ବିଜେଡି ସରକାରକୁ ଟାର୍ଗେଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୨୦୧୭ ମସିହାରୁ… October 19, 2026
୨ ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ଘୋଷଣାକଲେ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବାସନ୍ତୀ ଦାସଙ୍କ ନିକଟତମ ଆତ୍ମୀୟଙ୍କ ଲାଗି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ମୁଖ୍ୟମନ୍ତ୍ରୀ… April 1, 2024