ଚହଲ ବିଚ୍ଛେଦ ବାବଦକୁ ଦେବେ ୬୦ କୋଟି

କ୍ରିକେଟର ୟୁଜବେନ୍ଦ୍ର ଚହଲ ଓ ଡ୍ୟାନ୍ସର ତଥା ପତ୍ନୀ ଧନଶ୍ରୀ ଶେଷରେ ପରସ୍ପରଠୁ ଅଲଗା ହେଲେ । ୧୮ମାସ ହେବ ପରସ୍ପରଠୁ ଅଲଗା ହେବା ପରେ ଏବେ ଉଭୟଙ୍କଠୁ ଅଲଗା ହୋଇଛନ୍ତି । ବାନ୍ଦ୍ରା ଫ୍ୟାମିଲି କୋର୍ଟରେ ବିବାହ ବିଚ୍ଛେଦ ପାଇଁ ଚାଲିଥିବାବେଳେ ଗୁରୁବାର କୋର୍ଟ ମୋହର ମାରିଛନ୍ତି । ୨୦୨୦ ଡିସେମ୍ବର ୧୧ରେ ବେଶ୍ ଧୁମଧାମରେ ଏମାନଙ୍କ ବାହାଘର ହୋଇଥିଲା ।

ଉଭୟଙ୍କ ପରିବାରର ସହମତିରେ ବାହାଘର ହେବା ସହ ବଲିଉଡ ଓ କ୍ରିକେଟର ଦୁନିଆର ଅନେକ ତାରକା ଯୋଗଦେଇଥିଲେ । ତେବେ ୨୦୨୩ରେ ଏମାନଙ୍କ ମଧ୍ୟରେ ତିକ୍ତତା ଆସିଥିବା ଖବରକୁ ଏକ ଗୁଜବ କହି ଉଭୟ ଏଡାଇଯାଇଥିଲେ ।

ହେଲେ ସମୟ ବଢ଼ିବା ସହ ଗୁଜବ ସତ ହୋଇଥିଲା। ବିଭିନ୍ନ ଘଟଣା ଏକଥା ପ୍ରକାଶ କରିଥିଲା ଯେ କିଛି ଠିକ ନାହିଁ ଉଭୟଙ୍କ ମଧ୍ୟରେ । ତେବେ ଦେଢ଼ବର୍ଷ ହେବ ପରସ୍ପରଠୁ ଦୂରେଇ ରହିବା ନେଇ ଖବର ପ୍ରଚାର ହେବା ସହ ଉଭୟ ପରସ୍ପରକୁ ସୋସିଆଲ ମିଡିଆରେ ଅନଫଲୋ କରିଥିଲେ ।

Post Views20 Total Count

Apply Now


This will close in 0 seconds

error: Content is protected !!