ବସିବ ବିଜେପିର କୋର୍ କମିଟି ବୈଠକ

ଆଜି ମହାକୁମ୍ଭ ମେଳାରେ ବୁଡ଼ ପକାଇବାକୁ ପ୍ରୟାଗରାଜ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ କୁମ୍ଭରୁ ଫେରିବା ପରେ ବସିବ ବିଜେପିର କୋର୍ କମିଟି ବୈଠକ ବସିବ। ଏଥିରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହେବ। ଚଳିତ ମାସ ଶେଷ ସୁଦ୍ଧା ନୂଆ ମନ୍ତ୍ରୀମଣ୍ଡଳ ସମେତ ରାଜ୍ୟ ସଭାପତିଙ୍କ ନାଁ ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଏହାସହିତ ବୋର୍ଡ ଓ ନିଗମରେ ନୂଆ ନିଯୁକ୍ତି ନେଇ ମଧ୍ୟ ଘୋଷଣା ହୋଇପାରେ ବୋଲି ବିଜେପି ସୂତ୍ରରୂ ସୂଚନା ମିଳିଛି। ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀଙ୍କୁ ଛାଡ଼ି ୨୧ ଜଣ ମନ୍ତ୍ରୀ ରହିପାରିବେ। କିନ୍ତୁ ମୋହନଙ୍କ ମନ୍ତ୍ରିମଣ୍ଡଳରେ ୧୫ ଜଣ ମନ୍ତ୍ରୀ ଅଛନ୍ତି । ଆହୁରି ୬ଟି ମନ୍ତ୍ରୀ ପଦ ଫାଙ୍କା ପଡ଼ିଛି। ଅନେକ ମନ୍ତ୍ରୀଙ୍କ ହାତରେ ଏକାଧିକ ଓଜନିଆ ବିଭାଗ ରହିଛି I ମୁଖ୍ୟମନ୍ତ୍ରୀ ବି ନିଜ ଗୁରୁଦାୟିତ୍ଵ ତୁଲାଇବା ସହ ଅର୍ଥ, ଗୃହ, ଜଳସମ୍ପଦ ଭଳି ଗୁରୁତ୍ବପୂର୍ଣ ବିଭାଗ କଥା ବୁଝୁଛନ୍ତି। ମନ୍ତ୍ରୀମାନେ ମାତ୍ରାଧିକ ଚାପରେ ଅଛନ୍ତି । ନିଜ ବିଭାଗ ଓ ସଂଗଠନକୁ ପର୍ଯ୍ୟାପ୍ତ ସମୟ ଦେବା ସମ୍ଭବ ହେଉ ନାହିଁ।

ସେପଟେ ମନ୍ତ୍ରିମଣ୍ଡଳରେ ୧୭ଟି ଜିଲ୍ଲା ମନ୍ତ୍ରୀଶୂନ୍ୟ ହୋଇ ରହିଛି। ମନ୍ତ୍ରିମଣ୍ଡଳ ସଂପ୍ରସାରଣକୁ ନେଇ ଦଳୀୟ କସରତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହାକୁ ନେଇ ଦଳର ଶୀର୍ଷ ନେତୃତ୍ୱଙ୍କ ଭିତରେ ଆଲୋଚନା ସରିଛି। କୋର୍ କମିଟି ବୈଠକରେ ଏହା ଉପରେ ଆଲୋଚନା ହୋଇଛି । ଖୁବ୍ ଶୀଘ୍ର ପୁଣି ଥରେ କୋର୍ କମିଟି ବୈଠକ ବସି ଏଥିରେ ମନ୍ତ୍ରୀମଣ୍ଡଳ ସଂପ୍ରସାର

Post Views17 Total Count

Apply Now


This will close in 0 seconds

error: Content is protected !!