ଏଆର ରେହମାନ ଅସୁସ୍ଥ

ସଙ୍ଗୀତ ଜଗତରୁ ଏକ ବଡ ଖବର ସାମ୍ନାକୁ ଆସିଛି। ମ୍ୟୁଜିକ୍‌ କମ୍ପୋଜର୍‌ ଏଆର୍‌ ରେହମାନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ସକାଳ ସାଢେ ସାତଟାରେ ହସ୍ପିଟାଲରେ ଭର୍ତ୍ତିକରାଯାଇଥିଲା। ରବିବାର ସକାଳେ ସେ ଛାତିରେ ଗଭୀର ଯନ୍ତ୍ରଣା ଅନୁଭବ କରିଥିଲେ, ସଙ୍ଗେ ସଙ୍ଗେ ତାଙ୍କୁ ଚେନ୍ନାଇର ଗ୍ରୀମ୍ସ ରୋଡରେ ଅବସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ଯେଉଁଠାରେ ଡାକ୍ତର ରେହମାନଙ୍କର ECG ଏବଂ ଇକୋକାର୍ଡିୟୋଗ୍ରାମ୍ ସହିତ ଅନେକ ଟେଷ୍ଟ କରିଛନ୍ତି।

ରିପୋର୍ଟ ଅନୁଯାୟୀ, ହସ୍ପିଟାଲର ନିକଟ ସୂତ୍ର ସୂଚିତ କରିଛି ଯେ ତାଙ୍କୁ ଆଞ୍ଜିଓଗ୍ରାମ କରିବାକୁ ପଡିପାରେ। ହସ୍ପିଟାଲର ଏକ ସ୍ୱତନ୍ତ୍ର ଟିମ୍‌ ତାଙ୍କର ଯତ୍ନ ନେଉଛନ୍ତି। ତାଙ୍କୁ ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରାଯାଇଛି। ତେବେ ନିକଟରେ ରହମାନ ଯେତେବେଳେ ବିଦେଶରୁ ଫେରିଥିଲେ, ସେତେବେଳେ ସେ ବେକରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହା ପରେ ଏବେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରୁଛନ୍ତି।ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ କୌଣସି ଅପଡେଟ୍‌ ସାମ୍ନାକୁ ଆସିନାହିଁ।

Post Views22 Total Count

Apply Now


This will close in 0 seconds

error: Content is protected !!