କାଲି ନାମାଙ୍କନ ଭରିବେ ନବୀନ। ବିଜେଡି ସଭାପତି ପଦ ପାଇଁ ପୁଣି ନାମାଙ୍କନ ଭରିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
୧୯ ତାରିଖରେ ଘୋଷଣା ହେବ ନୂଆ ସଭାପତିଙ୍କ ନାଁ। ଖୁବ୍ ଶୀଘ୍ର ଘୋଷଣା ହେବ ରାଜ୍ୟ ପରିଷଦ ଓ କାର୍ଯ୍ୟକାରିଣୀ।
ଅନ୍ୟପକ୍ଷେ,ବିଜେଡିକୁ ମିଳିଛି ୧୮ ସଭାପତି। ଅର୍ଥାତ ୧୮ ଜିଲାକୁ ମିଳିଲା ବିଜେଡି ସଭାପତି । ବିଜେଡି ସାଗଂଠନିକ ନିର୍ବାଚନରେ ୧୮ ଜିଲାର ସଭାପତି ଚୟନ ହୋଇଛନ୍ତି। ବିଜେଡିର ସାଗଂଠନିକ ନିର୍ବାଚନରେ ୩୩ ସାଗଂଠନିକ ଜିଲାରୁ ୧୮ଟି ଜିଲା ସଭାପତିଙ୍କ ନାଁ ଘୋଷଣା ହୋଇଛି।

