Highlightsରାଜ୍ୟ ବିମାନରେ ପିଟିହେଲା ପକ୍ଷୀ, ବର୍ତ୍ତିଲେ 180 ଯାତ୍ରୀ adminJune 19, 2025 ବିମାନ ଯାତାୟତରେ ଏବେ ଭୟ ବଢୁଛି । ବିମାନରେ ଯିବାକୁ ହେଲେ ଲୋକଙ୍କ ମନରେ ଛନକା ପଶୁଛି। ଗତ କିଛି ଦିନ ଭିତରେ ଅନେକ ବିମାନ ଜନିତ ଦୁର୍ଘଟଣାରୃ ଘଟିବା ପରେ ଆଜି ଆଉ ଏକ ଘଟଣା ସାମନ୍ନାକୁ ଆସିଛି । ପକ୍ଷୀ ମାଡ଼ର ଶିକାର ହେଲା ଇଣ୍ଡିଗୋ ବିମାନ, ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ୧୮୦ ଯାତ୍ରୀଙ୍କ ଜୀବନ । ବୁଧବାର ଅପରାହ୍ନରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ କୋଲକାତା ଯାଉଥିବା ଇଣ୍ଡିଗୋ ବିମାନରେ ପକ୍ଷୀ ମାଡ଼ ହୋଇଥିଲା । ପରେ ଗନ୍ତବ୍ୟସ୍ଥଳକୁ ନଯାଇ ଏହା ପୁଣିଥରେ ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା । ଇଣ୍ଡିଗୋ ବିମାନ ୬ଇ-୬୭୧୭ ରନୱେରେ ଉଡ଼ାଣ ଆରମ୍ଭ କରୁକରୁ ଏକ ବଡ଼ ପକ୍ଷୀ ସମ୍ମୁଖ ଭାଗରେ ପିଟି ହୋଇଥିଲା । ବିମାନ କକ୍ପିଟ୍ର ସମ୍ମୁଖ କାଚରେ ରକ୍ତ ଛିଟା ପଡ଼ିଥିଲା । ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଥିବାରୁ ପାଇଲଟ୍ ବିମାନକୁ ପୁଣି ଅବତରଣ କରିବାକୁ ଏଟିସିକୁ ଅନୁମତି ମାଗିଥିଲେ । ଏଟିସି ତୁରନ୍ତ ଅନୁମତି ଦେବା ପରେ ବିମାନଟି ଅବତରଣ କରିଥିଲା । ଫଳରେ ଏକ ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦିଆ ଯାଇପାରିଥିଲା । ଅଳ୍ପ ସମୟ ମଧ୍ୟରେ ହଠାତ୍ ବିମାନଟି ପୁଣି ଅବତରଣ କରିବାରୁ ଯାତ୍ରୀମାନେ ଭୟଭୀତ ହୋଇ ଯାଇଥିଲେ । 103 Total Count
ମୋଦି- ସାହାଙ୍କ ଗସ୍ତଙ୍କୁ ନେଇ ରାଜନୀତି ମୋଦି-ଶାହଙ୍କ ତିନି ଦିନିଆ ଓଡ଼ିଶା ଗସ୍ତକୁ ନେଇ ବଢ଼ିଲା ରାଜନୈତିକ ହଟଚମଟ । ଖାସ୍ କରି ନିଜେ ପ୍ରଧାନମନ୍ତ୍ରୀ ମୋଦି… November 28, 2024
ପହଞ୍ଚିଲା ୟୁପି ଆଳୁ, ଏଥର କମିପାରେ ଦର ! ପଶ୍ଚିମବଙ୍ଗରୁ ଆବଶ୍ୟକ ମୁତାବକ ଆଳୁ ଆସୁନଥିବାରୁ ୟୁପିରୁ ଆଳୁ ଅଣାଯାଉଛି । ଉତ୍ତରପ୍ରଦେଶରୁ ୩୦୦ ଟ୍ରକ୍ ଆଳୁ ଆଜି ରାଜ୍ୟର… December 2, 2024
ସ୍ମାର୍ଟ ପୋଲିସିଂ ଉପରେ ମୋଦିଙ୍କ ଗୁରୁତ୍ବ ଭୁବନେଶ୍ଵରରେ ଆୟୋଜିତ ସର୍ବଭାରତୀୟ ଡିଜିପି ଓ ଆଇଜିପି ସମ୍ମିଳନୀରେ ସ୍ମାର୍ଟ ପୋଲିସିଂ ଉପରେ ଗୁରୁତ୍ଵାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି… December 2, 2024