RAW ର ମୁଖ୍ୟ ହେଲେ ପରାଗ ଜୈନ

କେନ୍ଦ୍ର ସରକାର ଶନିବାର ଦିନ ବରିଷ୍ଠ ଆଇପିଏସ୍ ଅଧିକାରୀ ପରାଗ ଜୈନଙ୍କୁ ଗୁଇନ୍ଦା ସଂସ୍ଥାର ମୁଖ୍ୟ ଭାବେ ନିଯୁକ୍ତି ଦେଇଛନ୍ତି ।

ପଞ୍ଜାବ କ୍ୟାଡରର ୧୯୮୯ ବ୍ୟାଚର ଆଇପିଏସ୍ ଅଧିକାରୀ ପରାଗ ଜୈନ ଜୁଲାଇ ପହିଲାରୁ ଦୁଇବର୍ଷ ପାଇଁ ଗୁଇନ୍ଦା ସଂସ୍ଥାର ମୁଖ୍ୟ ଭାବେ କାର୍ଯ୍ୟ କରିବେ ।

ସେ ବର୍ତ୍ତମାନ ଗୁଇନ୍ଦା ସଂସ୍ଥାର ମୁଖ୍ୟ ଥିବା ରବି ସିହ୍ନାଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିବେ । ରବି ସିହ୍ନାଙ୍କ କାମ ଚଳିତ ମାସ ୩୦ ତାରିଖରେ ସମାପ୍ତ ହେବାକୁ ଯାଉଛି । କହିରଖୁ କି, ଗୁଇନ୍ଦା ସଂସ୍ଥା ଭାରତର ଏଭଳି ଏକ ଏଜେନ୍ସି ଯେ ଦେଶ ବାହାରେ ଗୁଇନ୍ଦା ଅପରେସନ ଦେଖିଥାଏ ।

Post Views3 Total Count

Apply Now


This will close in 0 seconds

error: Content is protected !!