ଆଜି ହସପିଟାଲରୁ ଡିସଚାର୍ଜ ହେବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

ଆଜି ହସପିଟାଲରୁ ଡିସଚାର୍ଜ ହେବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସୁସ୍ଥ ଥିବା ଭିଡିଓ ବାର୍ତ୍ତାରେ ସୂଚନା ଦେଇଛନ୍ତି ନବୀନ ପଟ୍ଟନାୟକ। ଡାକ୍ତରଙ୍କୁ ମୁଁ ସୁସ୍ଥ ଅଛି କହିଲେ। ଡାକ୍ତରଙ୍କୁ ମୁଁ ସୁସ୍ଥ ଅଛି କହିଛନ୍ତି ନବୀନ ।

ଡିହାଇଡ୍ରେସନ ଜନିତ ଅସୁସ୍ଥତା ଯୋଗୁ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଚିକିତ୍ସା ପରେ ସେ ସୁସ୍ଥ ଅଛନ୍ତି ଓ ଭଲ ଅନୁଭବ କରୁଛନ୍ତି ବୋଲି ନବୀନ ଏକ ଭିଡ଼ିଓରେ କହିଛନ୍ତି ।

ଗତକାଲି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ମଧ୍ୟ ଡାକ୍ତରଖାନା ଗସ୍ତ କରି ନବୀନଙ୍କୁ ଯୋଗାଇ ଦିଆଯାଉଥିବା ଚିକିତ୍ସା ନେଇ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ । ସେହିପରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ନବୀନଙ୍କ ଦ୍ରୁତ ଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରିଛନ୍ତି

Post Views6 Total Count

Apply Now


This will close in 0 seconds

error: Content is protected !!