କେନ୍ଦ୍ରୀୟ ବିଦ୍ୟାଳୟ ଟେକନିକ ଅନୁଯାୟୀ ହେବ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା

ଦେଶର ଦୁଇ ପ୍ରମୁଖ ପରୀକ୍ଷା ପରିଚାଳନା ସଂସ୍ଥା ସିବିଏସଇ ଓ କେନ୍ଦ୍ରୀୟ ବିଦ୍ୟାଳୟର ପରୀକ୍ଷା ପରିଚାଳନା ଟେକନିକ ଅନୁଯାୟୀ ହେବ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା। ଓଟିଇଟି ପରୀକ୍ଷାରେ ବିଭ୍ରାଟ ହେବା ପରେ ଏହି ଦୁଇଟି ପରୀକ୍ଷା ପରିଚଳନା ସଂସ୍ଥାର ଟେକନିକ ଅନୁଧ୍ୟାନ କରାଯାଇଛି। ଆସନ୍ତା ୨୭ ତାରିଖରେ ହେବାକୁ ଥିବା ସ୍ୱତନ୍ତ୍ର ଓଟିଇଟି ପରୀକ୍ଷାରେ ସେମାନେ ବ୍ୟବହାର କରିଥିବା ଟେକନିକ ବ୍ୟବହାର ହେବ ବୋଲି କହିଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ସଭାପତି ଶ୍ରୀକାନ୍ତ ତରାଇ।

ଗତକାଲି ବୋର୍ଡ ପକ୍ଷରୁ ସେପ୍ଟେମ୍ବର ୨୭ରେ ହେବ ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ନେଇ ଘୋଷଣା ହୋଇଥିଲା। ଏହପରେ ଆଜି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି ସିବିଏସଇ ଓ କେନ୍ଦ୍ରୀୟ ବିଦ୍ୟାଳୟର ପରୀକ୍ଷା ପରିଚାଳନା ଟେକନିକ ଅନୁଯାୟୀ ପରୀକ୍ଷା କରାଯିବ। ଡିଜି ଲକର, ବକ୍ସ, ଟ୍ରଙ୍କରେ ପ୍ରଶ୍ନପତ୍ର ପୁଲିସ ସହାୟତାରେ ଯିବ। ଜିଲ୍ଲାପାଳ, ଏସପି ଓ ଡିଇଓଙ୍କ ସହାୟତାରେ ହେବ ପରୀକ୍ଷା।

ରାଜ୍ୟର ୧୯୩ କେନ୍ଦ୍ରରେ ପରୀକ୍ଷା ହେବ। ୧୭ ତାରିଖରୁ ବୋର୍ଡ ୱେବସାଇଟ www.bseodisha.ac.inରେ ଆଡ଼ମିଟ କାର୍ଡ ଉପଲବ୍ଧ ହେବ। ୨୭ ଯାଏ ପରୀକ୍ଷାର୍ଥୀ ଆଡ଼ମିଟ କାର୍ଡ ଡାଉନଲୋଡ୍‌ କରିପାରିବେ।ଦୁଇଟି ସିଟିଂରେ ପେପର-୧ ଓ ପେପର-୨ ପରୀକ୍ଷା ହେବ। ପୂର୍ବାହ୍ନ ୯ ଟାରୁ ୧୧ଟା ୩୦ ଯାଏଁ ପ୍ରଥମ ପତ୍ର ପରୀକ୍ଷା ଅନୁଷ୍ଠିତ ହେବ। ଅପରାହ୍ନ ୨ ଟାରୁ ୪ଟା ୩୦ ଯାଏଁ ଦ୍ବିତୀୟ ପତ୍ର ପରୀକ୍ଷା ହେବ।

ସେପଟେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ଆହୁରି ମଧ୍ୟ କହିଛନ୍ତି ଯେ ପୂର୍ବରୁ ଏଭଳି କଥା ଜାଣି ନ ପରିବାରୁ ଓଟିଇଟିରେ ଏଭଳି ବଡ଼ ଘଟଣା ହୋଇଥିଲା। ପରୀକ୍ଷା ପରିଚାଳନାରେ ଯେଉଁ ମାନେ ଅଛନ୍ତି ସେମାନଙ୍କ ଉପରେ ବି ନଜର ରହିଛି। ୨୭ରେ ହିଁ ହେବ ପରୀକ୍ଷା। ଯାହା ପ୍ରଶ୍ନପତ୍ର ପ୍ୟାଟର୍ନ ରହିଥିଲା ସେହି ଅନୁଯାୟୀ ଏବଂ ସେହି ସେଣ୍ଟରରେ ପରୀକ୍ଷା ହେବ। ବ୍ୟବସ୍ଥାରେ ଆହୁରି କିଛି ନୂଆ କଥା ଆଡ଼ କରାଯାଇଛି। ତାହା ପରବର୍ତ୍ତୀ ପର୍ଯ୍ୟାୟରେ ଅବଗତ କରାଯିବ ବୋଲି କହିଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ।

Post Views5 Total Count

Apply Now


This will close in 0 seconds

error: Content is protected !!