ଚତୁର୍ଥୀ ଦିନ ନବବଧୂକୁ ଛାଡି ଘରୁ ଚାଲିଗଲେ ବର

ପରିବାରର ସହମତିରେ ବାହାଘର ବଡ ଧୁମଧାମରେ ସରିଲା। ବାହାହୋଇ ପୁଅ ବୋହୂ ଘରକୁ ଫେରିଲେ। କିନ୍ତୁ ହଠାତ ଚତୁର୍ଥୀ ଦିନ ନବବଧୂକୁ ଛାଡି ଘରୁ ଚାଲିଗଲେ ବର। ହଠାତ ବର ଘରୁ କେଉଁଆଡେ ଚାଲିଯିବା କଥା ଶୁଣି ଘରଲୋକ ପୁରା ତାଜୁବ ହୋଇଯାଇଥିଲେ। ଘର ଲୋକ ପୁଅକୁ ଖୋଜିବା ପାଇଁ ପୋଲିସର ସହାୟତା ନେଇଥିଲେ। ପରେ ପୋଲିସ ତାଙ୍କୁ ଖୋଜିବା ପାଇଁ ପ୍ରୟାସ କରି ତାଙ୍କୁ ୫ ଦିନପରେ ହରିଦ୍ବାର ନିକଟରୁ ଉଦ୍ଧାର କରିଥିଲା।

ମୋହସିନଙ୍କର ଗତ ସପ୍ତାହରେ ମୁଜାଫରନଗରର ଖତୌଲିରେ ବିବାହ ହୋଇଥିଲା। ବିବାହ ରାତିରେ କୋଠରୀରେ ଅତ୍ୟଧିକ ଆଲୋକ ହେବାପାଇଁ ମୋହସିନ ଏକ ଛୋଟ ବଲ୍ ଆଣି କୋଠରୀରେ ଲଗାଇବାକୁ କହିଥିଲେ। ବଲ୍ ଆଣିବା ବାହାନାରେ ମୋହସିନ କୋଠରୀ ଛାଡି ଚାଲିଯାଇ ଆଉ ଫେରିଲେ ନାହିଁ। ରାତିସାରା ନବବଧୂ ଏବଂ ତାଙ୍କ ପରିବାର ତାଙ୍କୁ ଅପେକ୍ଷା କରି ରହିଥିଲେ। ମୋହସିନଙ୍କ ଏପରି ହଠାତ ନିଖୋଜ ହେବା ଘଟଣା ପରିବାରର ଲୋକଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରିବା ସହ ପରିବାର ଲୋକ ଚିନ୍ତିତ ହୋଇପଡିଥିଲେ। ପରଦିନ ମୋହସିନଙ୍କ ଭଉଣୀମାନଙ୍କ ବିବାହ ଥିବାବେଳେ,ତାଙ୍କ ବିନା ଏହି ବିବାହ ଅନୁଷ୍ଠିତ ହୋଇଥିଲା। ପୋଲିସ ପଚରାଉଚରା ସମୟରେ ମୋହସିନ ପ୍ରକାଶ କରିଥିଲେ ଯେ, ମୋହସିନ ତାଙ୍କ ସ୍ତ୍ରୀଙ୍କ ସମ୍ମୁଖରେ ଅସହଜ ହୋଇଯାଇଥିଲେ । ଏହାସହ ମାନସିକ ଚାପ ଯୋଗୁଁ ସେ ଘରୁ ପଳାଇ ଆସିଥିଲେ।

Post Views17 Total Count

Apply Now


This will close in 0 seconds

error: Content is protected !!