ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କଲେ ଶିଳ୍ପା ସେଟ୍ଟୀ

ଓଡ଼ିଶାରେ ବଲିଉଡ୍ ସୁନ୍ଦରୀ ଶିଳ୍ପା ସେଟ୍ଟୀ । ମହାପ୍ରଭୁଙ୍କୁ ଦର୍ଶନ ପାଇଁ ମାୟାନଗରୀରୁ ଶ୍ରୀକ୍ଷେତ୍ରକୁ ଧାଇଁ ଆସିଛନ୍ତି ଶିଳ୍ପା ସେଟ୍ଟୀ। ତାଙ୍କ ମା ସୁନନ୍ଦା ସେଟ୍ଟୀ, ଭଉଣୀ ସମିତା ସେଟ୍ଟୀ ମଧ୍ୟ ସାଙ୍ଗରେ ଆସିଛନ୍ତି। ଶ୍ରୀମନ୍ଦିରର ରତ୍ନ ସିଂହାସନରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସହପରିବାର ଦର୍ଶନ କରିବା ଆଶିଷ କାମନା କରିଛନ୍ତି।

ସୂଚନା ଅନୁଯାୟୀ, ଗୁରୁବାର ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓଡ଼ିଶା ଆସିଛନ୍ତି । ଏକ ଜାତୀୟ ଗଣମାଧ୍ୟମରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଓଡ଼ିଶା ଆସିଥିବା ଜଣାପଡିଛି । ତେବେ ଓଡ଼ିଶାରେ ପହଞ୍ଚିବା ପରେ ଶିଳ୍ପା ସେଟ୍ଟୀ ପ୍ରଥମେ ପୁରୀ ଧାମକୁ ଯାଇଛନ୍ତି । ମା ସୁନନ୍ଦା ସେଟ୍ଟୀ, ଭଉଣୀ ସମିତ ସେଟ୍ଟୀଙ୍କ ସହିତ ବଡ଼ଦେଉଳ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଏହି ଅବସରେ ଶିଳ୍ପା ସେଟ୍ଟୀଙ୍କୁ ଦେଖିବାକୁ ପ୍ରବଳ ଭିଡ଼ ହୋଇଥିବା ଦେଖିବାକୁ ମିଳିଛି ।

Post Views24 Total Count

Apply Now


This will close in 0 seconds

error: Content is protected !!