ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବଡ଼ ଆକ୍ସନ । ବିଜେଡିରୁ ନିଲମ୍ବିତ ହେଲେ ୨ ବିଧାୟକ । ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡ଼ ନିଲମ୍ବିତ । ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଓ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ଦଳରୁ ନିଲମ୍ବିତ ହୋଇଛନ୍ତି । ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ଏହି ଦୁଇ ବିଧାୟକଙ୍କୁ ନିଲମ୍ବିତ କରାଯାଇଛି । ଉଭୟଙ୍କୁ ଦଳରୁ ନିଲମ୍ବନ କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ ।
ସୂଚନାଯୋଗ୍ୟ ଯେ, ଉଭୟ ସନାତନ ଓ ଅରବିନ୍ଦ ଗତ ୨୦୨୪ ବିଧାନସଭା ନିର୍ବାଚନରେ ବିଜେଡି ଟିକେଟରେ ଲଢ଼ିଥିଲେ । ୨୦୨୪ ମସିହା ମାର୍ଚ୍ଚ ୭ରେ ବିଜେଡିରେ ମିଶିଥିଲେ ଅରବିନ୍ଦ ମହାପାତ୍ର ।

