ପ୍ରଭୁ ବଳଦେବଜିଉଙ୍କ ପାଇଁ ୧ କୋଟି ଟଙ୍କାର ଅନୁଦାନ ମଞ୍ଜୁର

କେନ୍ଦ୍ରାପଡ଼ାର ପ୍ରଭୁ ବଳଦେବଜିଉଙ୍କ ପାଇଁ ନିର୍ମାଣ ହେବ ନୂତନ ରଥ । ଏଥିପାଇଁ ରାଜ୍ୟ ସରକାର ଆବଶ୍ୟକୀୟ ପାଣ୍ଠି ଯୋଗାଇ ଦେବେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଐତିହାସିକ ରଥର ନିର୍ମାଣ ପାଇଁ ୧ କୋଟି ଟଙ୍କାର ଏକ ବିଶେଷ ଅନୁଦାନ ମଞ୍ଜୁର କରିଛନ୍ତି ।

ବିଗତ କିଛି ବର୍ଷ ଧରି ବ୍ରହ୍ମ ତାଳଧ୍ୱଜ ରଥର ୧୪ଟି ଯାକ ଚକର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇଯାଇଥିଲା, ଯାହାଫଳରେ ରଥଯାତ୍ରା ସମୟରେ ଅନେକ ବିଘ୍ନ ସୃଷ୍ଟି ହେଉଥିଲା ।

ରଥ ଟଣା ହେବା ବେଳେ ଏହା ବାରମ୍ବାର କଡ଼ ଖାଇ ଅଟକି ଯାଉଥିଲା, ଯାହାଦ୍ୱାରା ମହାପ୍ରଭୁଙ୍କ ରଥ ନିର୍ଦ୍ଧାରିତ ସମୟରେ ମାଉସୀ ମାଆ ମନ୍ଦିରରେ ପହଞ୍ଚି ପାରୁନଥିଲା । ଏହି କାରଣରୁ ରଥ ଚକଡ଼ାରେ ଲାଗିବା ପାଇଁ ପ୍ରାୟତଃ ଏକ କିମ୍ବା ଦୁଇ ଦିନ ବିଳମ୍ବ ହେଉଥିଲା ଏବଂ ବାହୁଡ଼ା ଯାତ୍ରା ସମୟରେ ମଧ୍ୟ ସମାନ ସମସ୍ୟା ପରିଲକ୍ଷିତ ହେଉଥିଲା

Post Views15 Total Count

Apply Now


This will close in 0 seconds

error: Content is protected !!