ଦୁର୍ଘଟଣାଗ୍ରସ୍ତ ଏୟାର ଆମ୍ବୁଲାନ୍ସରେ ନ ଥିଲା ବ୍ଲାକବକ୍ସ

ଝାଡ଼ଖଣ୍ଡର ରାଞ୍ଚି ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାରେ ସାମ୍ନାକୁ ଆସିଲା ବଡ଼ ତଥ୍ୟ । ଦୁର୍ଘଟଣାଗ୍ରସ୍ତ ଏୟାର ଆମ୍ବୁଲାନ୍ସରେ ନ ଥିଲା ବ୍ଲାକବକ୍ସ। ପାଇଲଟ କ୍ୟାପଟେନ ବିବେକ ବିକାଶ ଭଗତଙ୍କର ୧,୪୦୦ ଘଣ୍ଟା ପ୍ଲାଇଟ୍ ଉଡ଼ାଇବାର ଅଭିଜ୍ଞତା ଥିଲା ।

ସହ-ପାଇଲଟ କ୍ୟାପଟେନ ସଭରାଜଦୀପ ସିଂହଙ୍କ ପାଖରେ ୪୫୦ ଘଣ୍ଟା ଉଡ଼ାଅ ଅନୁଭବ ରହିଛି । ବିମାନରେ ବ୍ଲାକ୍ ବକ୍ସ (କକପିଟ୍ ଭଏସ୍ ରେକର୍ଡର କିମ୍ବା ଫ୍ଲାଇଟ୍ ଡାଟା ରେକର୍ଡର ନଥିଲା । ଗତ ୪ ବର୍ଷ ଧରି ବିମାନର ବ୍ୟବହାର ହୋଇନଥିଲା ।

ରାଞ୍ଚିରୁ ଦିଲ୍ଲୀ ଯାଉଥିବା ଏୟାର ଆମ୍ବୁଲାନ୍ସ ରାଞ୍ଚିର ଚାତ୍ରା ଜିଲ୍ଲା ସିମରିଆ ନିକଟସ୍ଥ ଏକ ଘଞ୍ଚ ଜଙ୍ଗଲରେ କ୍ରାସ ହୋଇଥିଲା । ଖରାପ ପାଗ ଯୋଗୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବିମାନ । ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିଲା । DGCA ଓ AAIBର ତଦନ୍ତ ପରେ ଜଣାପଡ଼ିବ ଦୁର୍ଘଟଣାର ପ୍ରକୃତ କାରଣ ।

ବେସାମରିକ ବିମାନ ଚଳାଚଳ ନିମୟ ଅନୁଯାୟୀ ୫,୭୦୦ କିଲୋଗ୍ରାମରୁ କମ୍ ଓଜନର ବିମାନ ପାଇଁ ସିଭିଆର କିମ୍ବା ଏଫଡିଆର ବାଧ୍ୟତାମୂଳକ ନୁହେଁ । ୧୯୮୭ରେ ବିମାନଟି ତିଆରି ହୋଇଥିଲା ।

Post Views13 Total Count

Apply Now


This will close in 0 seconds

error: Content is protected !!