ଗାଁକୁ ଯିବ ତହସିଲ ଅଫିସ

ଗାଁକୁ ଯିବ ତହସିଲ ଅଫିସ। ରାଜସ୍ବ ବିଭାଗ ଆରମ୍ଭ କରିବ ନୂଆ ଯୋଜନା। ରାଜସ୍ବ ବିଭାଗ ପକ୍ଷରୁ ଆରମ୍ଭ ହେବ ‘ମୋ ଗାଁ ମୋ ତହସିଲ’ କାର୍ଯ୍ୟକ୍ରମ । ପ୍ରତି ବ୍ଲକରେ ମାସକୁ ୨୦୦ କ୍ୟାମ୍ପ ବସିବ ।ରାଜସ୍ୱ ବିଭାଗ ସମ୍ପର୍କିତ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଗାଁରେ ପହଞ୍ଚିବେ ଅଧିକାରୀ। ୨ ବର୍ଷ ପୂର୍ତ୍ତି ଅବସରରେ ରାଜସ୍ୱ ବିଭାଗ ଆଣିବ ନୂଆ ଯୋଜନା ମୋ ଗାଁ ମୋ ତହସିଲ ବୋଲି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।

ଏଥିପାଇଁ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ନୋଡାଲ ଅଫିସର ଭାବେ ନିଯୁକ୍ତ କରାଯାଉଛି । ଯେଉଁ ମାନେ ଜିଲ୍ଲା ବୁଲି ରାତିରେ ରହି ଲୋକଙ୍କ ପାଖରୁ ମତାମତ ନେବେ। ରାଜ୍ୟ ବିସ୍ଥାପନ ଓ ଥଇଥାନ ନୀତି ପୂରଣ ହୋଇଥିବାରୁ ନୂଆ ନୀତି ଆଣିବ ରାଜସ୍ୱ ବିଭାଗ। ବିଭିନ୍ନ ରାଜ୍ୟର ଥିବା ବିସ୍ଥାପନ ଓ ଥଇଥାନ ନୀତିକୁ ଅନୁଧ୍ୟାନ କରି ନୂଆ ନୀତି ଅଣାଯିବ। ଏହାସହ ସହରାଞ୍ଚଳରେ ଥିବା ଚାଷ ଜମିର କିସମ ପରିବର୍ତ୍ତନ ବ୍ୟବସ୍ଥାକୁ ଅଧିକ ସରଳୀକରଣ କରାଯିବ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି।

Post Views10 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!