ଦଳାଚକଟା ପୀଡ଼ିତଙ୍କୁ ଟ୍ରଫି ଉତ୍ସର୍ଗ କଲା ଆର୍‌ସିବି

ଆଇପିଏଲ୍‌ ଟ୍ରଫିକୁ ବଜାୟ ରଖିବା ଖୁସି ମଧ୍ୟରେ ଗତ ବର୍ଷ ଚିନ୍ନାସ୍ବାମୀ ଦଳଚକଟାରେ ପ୍ରାଣ ହରାଇଥିବା ପ୍ରଶଂସକମାନଙ୍କୁ ଭୁଲିନାହିଁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି)। ଦଳର ଅଧିନାୟକ ରଜତ ପଟିଦାର ଏହି ବିଜୟକୁ ପୀଡ଼ିତମାନଙ୍କୁ ଉତ୍ସର୍ଗ କରିଛନ୍ତି। ସେ କହିଛନ୍ତି,“ଗତ ଥର ଜିତିବା ପରେ ନିଜ ପ୍ରଶଂସକଙ୍କୁ ହରାଇବା ବେଶ ଦୁଃଖଦାୟକ ଥିଲା। ସେମାନେ କେବଳ ପ୍ରଶଂସକ ନଥିଲେ, ଥିଲେ ପରିବାରର ସଦସ୍ୟ ଭଳି। ମୁଁ ସବୁବେଳେ ଟ୍ରଫିକୁ ସେମାନଙ୍କୁ ଉତ୍ସର୍ଗ କରିବାକୁ ଚାହୁଁଥିଲି। ଅଧିକ କିଛି କହିବାକୁ ମୋ ପାଖରେ ଶବ୍ଦ ନାହିଁ।’’

ଆର୍‌ସିବି ଖେଳାଳିମାନେ ୧୧ ଲେଖାଥିବା ଜର୍ସି ପିନ୍ଧିଥିଲେ
ପ୍ରାଣହରାଇଥିବା ପ୍ରଶଂସକମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାକୁ ଚଳିତ ଋତୁରେ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ରେ ୧୧ଟି ଆସନ ସ୍ଥାୟୀଭାବେ ସେମାନଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ସେହିପରି ଆର୍‌ସିବି ଖେଳାଳିମାନେ ୧୧ ଲେଖାଥିବା ଜର୍ସି ପିନ୍ଧିଥିଲେ।ଗତ ବର୍ଷ ଆର୍‌ସିବି ଆଇପିଏଲ୍‌ ଜିତିବାପରେ ଚିନ୍ନାସ୍ବାମୀରେ ଆୟୋଜିତ ବିଜୟୋତ୍ସବ ବେଳେ ଦଳାଚକଟାରେ ୧୧ ପ୍ରଶଂସକ ପ୍ରାଣ ହରାଇଥିଲେ। ଏହା ପରେ ଷ୍ଟାଡିୟମରେ ପ୍ରାୟ ଆଠମାସ ପାଇଁ ଖେଳ ଆୟୋଜନ ବନ୍ଦ ରହିଥିଲା।

Post Views62 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!