ତୃତୀୟ ବିବାହ କଲେ ଆମୀର ଖାନ

ବଲିଉଡ୍‌ ସୁପରଷ୍ଟାର ଆମୀର ଖାନ୍‌ ରବିବାର ତୃତୀୟ ବିବାହ କରିଛନ୍ତି । ବାନ୍ଧବୀ ଗୌରୀ ସ୍ପ୍ରାଟଙ୍କୁ ସେ ଜୀବନସାଥୀ ଭାବେ ଗ୍ରହଣ କରିଛନ୍ତି । ଆମୀରଙ୍କ ବାନ୍ଦ୍ରାସ୍ଥିତ ଘରେ ଏହି ବିବାହ ସମାରୋହ ଅନୁଷ୍ଠିତ ହୋଇଥିଲା । ସେଥିରେ ଦମ୍ପତିଙ୍କ ପରିବାର ସଦସ୍ୟ, କିଛି ଘନିଷ୍ଠ ବନ୍ଧୁ, ପରିଜନଙ୍କୁ ମିଶାଇ ପ୍ରାୟ ୧୫୦ ଜଣ ଅତିଥି ସାମିଲ ହୋଇଥିଲେ । ଏହି ଅବସରରେ ଆମୀରଙ୍କ ତିନି ପିଲା ଜୁନୈଦ ଖାନ୍‌, ଇରା ଖାନ୍‌, ଆଜାଦ ରାଓ ଖାନ୍‌ ଏବଂ ଗୌରୀଙ୍କ ୭ ବର୍ଷୀୟ ପୁଅଙ୍କୁ ସେଠାରେ ଦେଖିବାକୁ ମିଳିଥିଲା । ଏହାଛଡ଼ା ବ୍ୟବସାୟୀ ମୁକେଶ ଅମ୍ବାନି, ଫିଲ୍ମ ନିର୍ମାତା ଆଶୁତୋଷ ଗୋୱାରିକର, ପୂର୍ବତନ କ୍ରିକେଟର ଇରଫାନ ପଠାନ୍‌, ଏମଏନଏସ୍‌ ମୁଖ୍ୟ ରାଜ୍‌ ଠାକ୍‌ରେ, ସଙ୍ଗୀତକାର ପ୍ରସୂନ ଯୋଶୀ ପ୍ରମୁଖ ସେହି ଉତ୍ସବରେ ଯୋଗ ଦେଇଥିଲେ ।

ଗୌରୀ ଜଣେ ଫ୍ୟାସନ ପ୍ରଫେସନାଲ । ମାର୍ଚ୍ଚ ୨୦୨୫ରେ ନିଜର ୬୦ତମ ଜନ୍ମଦିନ ଅବସରରେ ଆମିର ତାଙ୍କ ସହ ସଂପର୍କକୁ ସାର୍ବଜନୀନ କରିଥିଲେ । ସେମାନେ ପରସ୍ପରକୁ ଦୀର୍ଘ ୨୫ ବର୍ଷ ହେଲା ଜାଣନ୍ତି । ପୂର୍ବରୁ ସେମାନେ ଭଲ ବନ୍ଧୁ ଥିବାବେଳେ ୨ ବର୍ଷ ତଳୁ ପରସ୍ପରକୁ ଡେଟ୍‌ କରିବା ଆରମ୍ଭ କରିଥିଲେ । ସୂଚନାଥାଉକି, ୧୯୮୬ରେ ଆମିର ରୀନା ଦତ୍ତଙ୍କୁ ପ୍ରଥମ ବିବାହ କରିଥିଲେ । ୨୦୦୨ରେ ଦମ୍ପତିଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିଲା । ପରେ ୨୦୦୫ରେ ସେ କିରଣ ରାଓଙ୍କୁ ବିବାହ କରିଥିଲେ । ସେହି ବିବାହ ୧୫ ବର୍ଷ ତିଷ୍ଠିଥିଲା ।
ତୃତୀୟ ବିବାହ ପୂର୍ବରୁ ଗୌରୀଙ୍କର ଆମୀରଙ୍କ ଦୁଇ ପୂର୍ବତନ ପତ୍ନୀ କିରଣ ରାଓ ଏବଂ ରୀନା ଦତ୍ତାଙ୍କ ସହିତ ଏକ ଭଲ ସମ୍ପର୍କ ଗଢ଼ି ଉଠିଥିଲା । କିଛି ଦିନ ପୂର୍ବରୁ ଆମୀରଙ୍କୁ ତାଙ୍କର ପୂର୍ବତନ ପତ୍ନୀ ଏବଂ ଗୌରୀଙ୍କ ସହ ସମୟ ବିତାଉଥିବା ଦେଖିବାକୁ ମିଳିଥିଲା । ଆମୀର ଯଦିଓ ପ୍ରଥମ ଦୁଇ ବିବାହକୁ ଭାଙ୍ଗି ଦେଇଥିଲେ, କିନ୍ତୁ ତାଙ୍କ ପତ୍ନୀ ଏବଂ ପିଲାମାନଙ୍କ ସହିତ ତାଙ୍କ ସମ୍ପର୍କ କେବେ ବି ତିକ୍ତ ହୋଇନାହିଁ । ଆମୀରଙ୍କ ତୃତୀୟ ବିବାହକୁ ପରିବାର ଖୁସି ଖୁସି ଗ୍ରହଣ କରିଛନ୍ତି ।

Post Views83 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!