ସମାଜରେ ଆଧ୍ୟାତ୍ମିକତା ବିକାଶ ହେବା ଦରକାର: ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ

ମାତୃକରୁଣା ଜଣେ ବ୍ୟକ୍ତିକୁ ଅସାଧାରଣ ବ୍ୟକ୍ତିତ୍ବରେ ପରିଣତ କରିଥାଏ। ଏହା କହିଛନ୍ତି ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ। ଆଜି ଉତ୍କଳ ମଣ୍ଡପଠାରେ ଆୟୋଜିତ ଜ୍ଞାନପ୍ରଭା ମିଶନର ଦ୍ବିତୀୟ ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଷ୍ଟ୍ରପତି କହିଛନ୍ତି, ମୁଁ ଜାଣି ଆନନ୍ଦିତ ଯେ ଏହି ଅନୁଷ୍ଠାନ ଜଣେ ଆଦର୍ଶ ଜନନୀଙ୍କ ନାମରେ ନାମିତ ହୋଇଛି। ଆଧ୍ୟାତ୍ମିକ ଗୁରୁ ଯୋଗାନନ୍ଦଙ୍କ ମାତା ଜ୍ଞାନପ୍ରଭାଙ୍କ ନାମରେ ଏହି ମିଶନର ନାମକରଣ ହୋଇଛି। ମାଆଙ୍କ ପ୍ରେରଣାରେ ଅତିବଡ଼ି ଜଗନ୍ନାଥ ଦାସ ଓଡ଼ିଆ ଭାଗବତ ରଚନା କରିଥିଲେ। ଠିକ୍ ସେହିପରି ଛତ୍ରପତି ଶିବାଜୀ ଓ ମହାତ୍ମା ଗାନ୍ଧୀ ବି ମାଆଙ୍କ ଲାଗି ମହାନ୍ ହୋଇଛନ୍ତି।
ରାଷ୍ଟ୍ରପତି ଆହୁରି କହିଛନ୍ତି, ଆଜିର ସମାଜରେ ଆଧ୍ୟାତ୍ମିକତା ବିକାଶ ହେବା ଦରକାର। ଆଜି ଭାରତ ଆର୍ଥିକ ବିକାଶକ କ୍ଷେତ୍ରରେ ବିଶ୍ବର ପଞ୍ଚମ ସ୍ଥାନରେ ଅଛି। ହେଲେ ଦିନେ ଆମେ ଆର୍ଥିକ ବିକାଶରେ ସାରା ବିଶ୍ବରେ ପ୍ରଥମ ସ୍ଥାନ କରିବା। ଶରୀରକୁ ସୁସ୍ଥ ରଖିବା ଦରକାର ଓ ଆତ୍ମାକୁ ବଳ ଦେବା ଉଚିତ। ମଣିଷ ବସ୍ତୁବାଦୀ ହେବା ଉଚିତ ନୁହେଁ। ଆତ୍ମଶୁଦ୍ଧି ଲାଗି ଯୋଗର ଆବଶ୍ୟକତା ରହିଛି। ନିଜର ବ୍ୟକ୍ତିଗତ ଅନୁଭୂତିରୁ ସେ କହିଛନ୍ତି, ଗୋଟିଏ ସମୟରେ ମୁଁ ମାନସିକ ଓ ଶାରୀରିକ ଭାବେ ଭାଙ୍ଗି ପଡ଼ିଥିଲି। ଏଭଳି ଅବସ୍ଥାରେ ମୁଁ ଯୋଗକୁ ଗ୍ରହଣ କଲି। ଯୋଗ ପାଇଁ ଆଜି ମୁଁ ଏଠି ଛିଡ଼ାହୋଇଛି, ଆପଣଙ୍କ ସହ କଥା ହେଉଛି।

Post Views44 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!