ଧରଣୀଧର ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା

କେନ୍ଦୁଝର ଧରଣୀଧର ସ୍ବୟଂଶାସିତ ମହାବିଦ୍ୟାଳୟକୁ ମିଳିଲା ବିଶ୍ବବିଦ୍ୟାଳୟ ମାନ୍ୟତା । ଭିଡିଓ ଜାରି କରି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାରିପଦା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ଡିଡି କଲେଜ୍ ଏବେ ସ୍ବତନ୍ତ୍ର ଭାବେ ବିଶ୍ବବିଦ୍ୟାଳୟ ହୋଇଛି ।

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି ହୋଇଛି । ଡିଡି କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ମିଳିବା ପରେ ଉପକୃତ ହେବେ ଜିଲ୍ଲାର ଛାତ୍ରଛାତ୍ରୀ । ଏନେଇ ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ ଓ 5T ସଚିବଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜିଲ୍ଲାବାସୀ ।

୨୦୧୬ ମସିହାରେ ଧରଣୀଧର ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ । ସେଦିନର ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ସତ ହେବାକୁ ଯାଉଥିବାରୁ ଉତ୍ସାହିତ ଅଛନ୍ତି ଜିଲ୍ଲାବାସୀ । ୨୫ଟି ବ୍ଳକ୍ ଓ ୧୮ଟି କୋଠା ନିର୍ମାଣ କରାଯିବା ସହିତ କଲେଜ ପାଇଁ ଅଲଗା ଓ ହସ୍ପିଟାଲ୍ ପାଇଁ ୩ଟି ବ୍ଲକ୍ ନିର୍ମାଣ କରାଯାଇଛି ।

ସମସ୍ତ ବିଭାଗ କାର୍ଯ୍ୟକ୍ଷମ ହେବା ସହିତ, ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାର ଜନସାଧାରଣଙ୍କୁ ଏବେ ମିଳିପାରିବ ଉନ୍ନତମାନର ସ୍ବାସ୍ଥ୍ୟସେବା । ସେହିପରି ୪ ହଜାର ୭ ଶହ କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଶୁଭ ଉଦଘାଟନ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ।ସୂଚନାଯୋଗ୍ୟ, ୧୯୫୭ରେ କଲେଜ ପ୍ରତିଷ୍ଠା ହୋଇଥିଲା । ନାକ୍ ଟିମ୍ ପକ୍ଷରୁ B++ ଗ୍ରେଡ୍ ପାଇଥିଲା କଲେଜ ।

ସେହିପରି ଆସନ୍ତାକାଲି କେନ୍ଦୁଝରରେ ଯୋଡ଼ି ହେବ ସ୍ବାସ୍ଥ୍ୟସେବାର ନୂଆ ଅଧ୍ୟାୟ । କେନ୍ଦୁଝର ଗସ୍ତ କରି ଧରଣୀଧର ସରକାରୀ ମେଡିକାଲ୍ କଲେଜ ଓ ହସ୍ପିଟାଲର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ୩୮୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ମେଡ଼ିକାଲ୍ କଲେଜରେ ପ୍ରଥମ ବର୍ଷ ୧୦୦ଟି MBBS ସିଟରେ ପାଠପଢ଼ା ଆରମ୍ଭ ହୋଇଛି ।

Post Views18 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!