ଭଳିକି ଭଳି ଛତା କରି ଲକ୍ଷପତି, ଭିନ୍ନ କିଛି କରିବା ଲକ୍ଷ୍ୟରେ ପ୍ରତୀକ

ବର୍ଷା ହେଉ କି ଖରା। ଲୋକଙ୍କୁ ସୁରକ୍ଷା ଦେବାକୁ ଖୋଜାପଡେ ଛତା। ପ୍ଲେନ୍ ରଙ୍ଗର ଛତା ପ୍ରାୟତଃ ବ୍ୟବହାର କରନ୍ତି ଲୋକେ। କିନ୍ତୁ ଭଳିକି ଭଳି ଡିଜାଇନ୍ର ଛତା ତିଆରି କରି କୋଟିପତି ହୋଇଛନ୍ତି ଜଣେ ବ୍ୟକ୍ତି। ମୁମ୍ବାଇର ଜଣେ ୨୫ ବର୍ଷୀୟ ଯୁବକ ଏଭଳି କିଛି କରିଛନ୍ତି। ୨୦୧୫ ରେ, ପ୍ରତୀକ ଦୋସି ଆକର୍ଷଣୀୟ ଡିଜାଇନ୍ ଏବଂ କୋଟେସନ୍ ଦେଇ ଛତା ତିଆରି କରିବା ଆରମ୍ଭ କରିଥିଲେ।
ସେ ନିଜ ସଞ୍ଚୟରୁ ୧,୩୫,୦୦୦ ଟଙ୍କା ସହିତ ଆରମ୍ଭ କଲେ ଚିକି ଚଙ୍କ ଛତା ବ୍ରାଣ୍ଡ। ଆଜି ତାଙ୍କର ବାର୍ଷିକ ରୋଜଗାର ୩୫ ଲକ୍ଷ ଟଙ୍କା।ପ୍ରତୀକ ସବୁବେଳେ କିଛି ଭିନ୍ନ କାମ କରିବାକୁ ଚାହୁଁଥିଲେ। ସେ ଦକ୍ଷିଣ ମୁମ୍ବାଇର ୱାଡାଲାର ଏକ ମଧ୍ୟବିତ୍ତ ବ୍ୟବସାୟୀ ପରିବାରରେ ଜନ୍ମ ହୋଇଛନ୍ତି। ପରିବାର ବ୍ୟବସାୟ ଥିବା ସତ୍ତ୍ୱେ ପ୍ରତୀକ ନିଜର କିଛି କରିବାକୁ ଚାହୁଁଥିଲେ। ପ୍ରତୀକଙ୍କ ବାପା ଜେଜେବାପା ବାକ୍ସ ତିଆରି ବ୍ୟବସାୟ କରିଥିଲେ। ଯାହା ଭଲ ଚାଲୁଥିଲା। କିନ୍ତୁ ପ୍ରତୀକଙ୍କୁ ସେଥିରେ କୌଣସି ଆଗ୍ରହ ନଥିଲା। ମୁମ୍ବାଇର ୱେଲିଙ୍ଗକର ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟରୁ ଏମବିଏ ଶେଷ କରିବା ପରେ ସେ ନିଜର କିଛି କରିବାକୁ ମନସ୍ଥ କରିଥିଲେ। ପ୍ରତୀକ କୁହନ୍ତି, “ମୋ ପରିବାର ମୋ ନିଷ୍ପତ୍ତିକୁ ସମର୍ଥନ କରିଥିଲେ ଏବଂ ନିଜର ବ୍ୟବସାୟ ଆରମ୍ଭ କରିବା ପାଇଁ ମୋତେ କିଛି ଟଙ୍କା ମଧ୍ୟ ଦେଇଥିଲେ।”
ଜୁନ୍ ୨୦୧୫ ରେ, ପ୍ରତୀକ ୪ ଜଣ କର୍ମଚାରୀଙ୍କ ସହିତ ତାଙ୍କ ୟୁନିଟ୍ ଆରମ୍ଭ କରିଥିଲେ ଏବଂ ପ୍ରଥମ ମାସରେ ୭୦୦ ଛତା ତିଆରି କରିଥିଲେ । ଏହାପରେ ସେ ଅନଲାଇନ୍ରେ ଛତା ବିକ୍ରି କଲେ। ପ୍ରଥମ ଥର ୪୦୦ ରୁ କମ୍ ଲୋକ ଅନଲାଇନରେ ପ୍ରତୀକଙ୍କ ଛତା କିଣିଥିଲେ । ଏହା ପରେ ସେ ପଛକୁ ଚାହିଁ ନଥିଲେ ଏବଂ ବର୍ତ୍ତମାନ ସୁଦ୍ଧା ୧୦,୦୦୦ ଛତା ତିଆରି କରିସାରିଲେଣି। ଏବେ ସେ ଫ୍ରିଲାନ୍ସ ଡିଜାଇନର୍ ମାନଙ୍କୁ ନିଯୁକ୍ତି ଦେଉଛନ୍ତି ଯାହାକୁ ସେ ଡିଜାଇନ୍ ପାଇଁ ୧୦୦୦ ରୁ ୧୦,୦୦୦ ଟଙ୍କା ଦିଅନ୍ତି। ପ୍ରତୀକ ତିଆରି କରୁଥିଲା ଛତାର ମୂଲ୍ୟ ୪୯୯ ରୁ ୬୯୯ ଟଙ୍କା ପର୍ଯ୍ୟନ୍ତ ରହିଛି ।

Post Views14 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!