ଅଧିକ ପୁଞ୍ଜି ଆକର୍ଷିତ କରିଥିବା ରାଜ୍ୟ ମଧ୍ୟରେ ଓଡ଼ିଶା ଦ୍ୱିତୀୟ

ଓଡ଼ିଶା ଏବେ ଶିଳ୍ପ କ୍ଷେତ୍ରରେ ଦ୍ରୁତ ଅଗ୍ରଗତି କରୁଛି। ଓଡ଼ିଶାରେ ଅନେକ କମ୍ପାନି ପୁଞ୍ଜିନିବେଶ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଶିଳ୍ପ କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ ଏବେ ଓଡ଼ିଶାରେ ହେଉଛି। ଆଗକୁ ଓଡ଼ିଶାରେ ଅନେକ ଶିଳ୍ପ ପ୍ରତିଷ୍ଠା ହେବ ଖାସକରି ପାରାଦୀପରେ ଏକ ପେଟ୍ରୋ କେମିକାଲ୍ ହବରେ ପରିଣତ ହେବ ।ପୁଞ୍ଜି ନିବେଶ କ୍ଷେତ୍ରରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟ ହୋଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ସରକାରଙ୍କ ଏକାଧିକ ପଦକ୍ଷେପ ଯୋଗୁଁ ଓଡ଼ିଆ ନିବେଶକଙ୍କ ପସନ୍ଦର ସ୍ଥାନ ପାଲଟିଛି । ରାଜ୍ୟ ସରକାରଙ୍କ ରୂପାନ୍ତରିତ ପଦକ୍ଷେପ ସୁଫଳ ଆଣିଛି । ଅଧିକ ପୁଞ୍ଜି ନିବେଶକାରୀଙ୍କୁ ଆକର୍ଷିତ କରିବା କ୍ଷେତ୍ରରେ ଓଡ଼ିଶା ବର୍ତ୍ତମାନ ଦେଶର ଦ୍ୱିତୀୟ ସ୍ଥାନରେ ରହିଛି ।

CII ରିସର୍ଚ୍ଚ ଓ ସେଣ୍ଟର ଫର ମନିଟରିଂ ଇଣ୍ଡିଆନ୍ ଇକୋନୋମି ବା ସିଏମଆଇଇ ପକ୍ଷରୁ ହୋଇଥିବା ସର୍ଭେରୁ ମିଳିଥିବା ତଥ୍ୟରେ ସାରା ଦେଶରେ ଓଡ଼ିଶା ପୁଞ୍ଜିନିବେଶ ଆକର୍ଷିତ କରିବାରେ ଦ୍ବିତୀୟ ସ୍ଥାନରେ ରହିଛି। ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ ୨୦.୧ଲକ୍ଷ କୋଟି ପୁଞ୍ଜିନିବେଶ ହୋଇଛି।

ଏହି ସଂଖ୍ୟା ଗୁଜରାଟ, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ , ତାମିଲନାଡୁ ଓ ଉତ୍ତର ପ୍ରଦେଶଠାରୁ ମଧ୍ୟ ଅଧିକ । ଏ କ୍ଷେତ୍ରରେ ମହାରାଷ୍ଟ୍ର୍ ପରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି। ମହାରାଷ୍ଟ୍ରକୁ ୨୭. ୬ ଲକ୍ଷ କୋଟିର ନିବେଶ ଆସିଛି । ଓଡ଼ିଶା ପଛକୁ ରହିଛି ଗୁଜରାଟ । ଗୁଜରାଟକୁ ଆସିଛି ୧୯ . ୪ ଲକ୍ଷ କୋଟିର ନିବେଶ । ୧୭.୬ ଲକ୍ଷ କୋଟି ନିବେଶ ସହ ଆନ୍ଧ୍ର ପ୍ରଦେଶ ଗୁଜରାଟ ପଛକୁ ରହିଛି।

Post Views35 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!