ଅକ୍ଟୋବର ୧୫ତାରିଖରେ ଭାରତ-ପାକିସ୍ତାନ ମ୍ୟାଚ୍ ।କାର୍ଯ୍ୟସୂଚୀ ଜାରି କଲା ICC ବିଶ୍ବକପ୍-୨୦୨୩। ଗୁଜରାଟ ଅହମ୍ମଦାବାଦରେ ମୁହାଁମୁହିଁ ହେବେ ଦୁଇ ଟିମ୍ । ୫ ଅକ୍ଟୋବରରେ ଇଂଲଣ୍ଡ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ଉଦଘାଟନୀ ମ୍ୟାଚ୍ । ୮ ଅକ୍ଟୋବରରେ ଅଷ୍ଟ୍ରେଲିଆ ସହ ପ୍ରଥମ ମ୍ୟାଚ ଖେଳିବ ଟିମ୍ ଇଣ୍ଡିଆ । ଅକ୍ଟୋବର ୧୧ରେ ଭାରତ-ଆଫଗାନିସ୍ତାନ ମ୍ୟାଚ୍ । ମୁମ୍ବାଇ, କୋଲକାତାରେ ଖେଳାଯିବ ଦୁଇ ସେମିଫାଇନାଲ । ନଭେମ୍ବର ୧୯ରେ ଫାଇନାଲ ମ୍ୟାଚ୍ । ICC ଓ୍ବାଲଡକପ୍ ଫାଇନାଲ ମ୍ୟାଚ ମଧ୍ୟ ଅହମ୍ମଦାବାଦ ଷ୍ଟାଡିୟମରେ ଖେଳାଯବ । ICC ଓ୍ବାଲଡକପରେ ଭାରତ ଦୁଇ ଥର ଚାମ୍ପିୟନ ହୋଇଥିବା ବେଳେ ଥରେ ରନର୍ସଅପ ଟାଇଟେଲ ବିଜୟୀ ହୋଇଛି ।

