ଶ୍ରେୟସ ଆୟର ମାତ୍ର କିଛି ମିନିଟ ପୂର୍ବରୁ ଆଇପିଏଲ ଇତିହାସର ସବୁଠାରୁ ଦାମୀ ଖେଳାଳି ବନିଥିଲେ। କିନ୍ତୁ ତାଙ୍କୁ ପଛରେ ପକାଇ ଦେଇଛନ୍ତି ଋଷଭ ପନ୍ତ। ସେ ଏବେ ଆଇପିଏଲ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ବନି ଯାଇଛନ୍ତି।
ତାଙ୍କୁ ଲକ୍ଷ୍ନୌ ସୁପର ଜାଏଣ୍ଟସ ରେକର୍ଡ ୨୭ କୋଟି ଟଙ୍କା ବଳରେ କିଣିଛି। ଦିଲ୍ଲୀ କ୍ୟାପିଟାଲ୍ସ ପନ୍ତଙ୍କୁ ମେଗା ଅକ୍ସନ ପୂର୍ବରୁ ରିଲିଜ କରି ଦେଇଥିଲା। ଆଜି କିନ୍ତୁ ଆରଟିଏମ ବଳରେ ଦିଲ୍ଲୀ ପନ୍ତଙ୍କୁ ନେବାକୁ ଚାହିଁଥିଲା। ହେଲେ ଲକ୍ଷ୍ନୌ ଶେଷ ବିଡ୍ରେ ପନ୍ତଙ୍କ ଉପରେ ୨୭ କୋଟି ଟଙ୍କାର ବୋଲି ଲଗାଇଥିଲେ।
ଏହି ଟଙ୍କାକୁ ଅତିକ୍ରମ କରିବାକୁ ଦିଲ୍ଲୀ ସାହାସ ଦେଖାଇ ନଥିଲା। ଶେଷରେ ବେଶ ନାଟକୀୟ ଢଙ୍ଗରେ ସମସ୍ତଙ୍କୁ ଚକିତ କରି ଲକ୍ଷ୍ନୌ ରେକର୍ଡ ୨୭ କୋଟିରେ ପନ୍ତଙ୍କୁ ନିଜ ସହ ସାମିଲ କରିଛି।

