ଆଜି ମୁହାଁମୁହିଁ ହେବେ ଭାରତ ଓ ନେପାଳ । ଏସିଆ କପ ପାଇଁ ଦିନ ୩ଟାରେ ମ୍ୟାଚ ଆରମ୍ଭ ହେବ । ଟୁର୍ଣ୍ଣାମେଣ୍ଟରେ ପ୍ରଥମ ବିଜୟ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଗତ ଶନିବାର ପାକିସ୍ତାନ ସହ ଭାରତର ପ୍ରଥମ ମୁକାବିଲା ରଦ୍ଦ ହୋଇଥିଲା । ବର୍ଷା କାରଣରୁ ପାକିସ୍ତାନ ପଡ଼ିଆକୁ ଓହ୍ଲାଇବାକୁ ସକ୍ଷମ ହୋଇନଥିଲା । ଫଳରେ ମ୍ୟାଚ ରଦ୍ଦ ଦ୍ବାରା ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟ ପାଇଥିଲେ । ଆଜି ନେପାଳ ବିପକ୍ଷରେ ମ୍ୟାଚ ଜିତି ସୁପର ଫୋରକୁ ଭାରତ ଯିବାକୁ ଲକ୍ଷ୍ୟ ରଖିଛି ।

