୨୫ ବର୍ଷ ପରେ ମୃତକଙ୍କୁ ମିଳିବ ନ୍ୟାୟ । ଏକ ହତ୍ୟା ମାମଲାରେ ସିପିଆଇ ନେତା ତଥା ପୂର୍ବତନ ଛତ୍ରପୁର ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଆଜୀବନ ଜେଲ୍ ଦଣ୍ଡ ଶୁଣାଇଛନ୍ତି ଏଡିଜେ-୩ କୋର୍ଟ ।୧୯୯୮ ମସିହାରେ ହୋଇଥିବା ଆର୍ଆଇ ହତ୍ୟା ମାମଲାରେ ଏବେ ରାୟ ଶୁଣାଇଛନ୍ତି କୋର୍ଟ ।
ଦଣ୍ଡାଦେଶ ପରେ ନାରାୟଣ ରେଡ୍ଡୀ ନିଜର ପ୍ରତିକ୍ରିୟା ରଖିଛନ୍ତି । ଏହା ସରକାରଙ୍କ ଦ୍ୱାରା ପ୍ରଭାବିତ ରାୟ କହିଛନ୍ତି ନାରାୟଣ । ‘ସାଧାରଣ ଲୋକ, ଚାଷୀଙ୍କୁ ନ୍ୟାୟ ନାହିଁ, ଆମେ ମର୍ମାହତ’ । ରାୟ ବିରୋଧରେ ଉପର କୋର୍ଟକୁ ଯିବୁ ବୋଲି ସେ କହିଛନ୍ତି ।
ମୋଟ ୧୩ ଜଣଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ହୋଇଛି । ୧୯୯୮ରେ ସିନ୍ଧି ଗାଁରେ ଏକ ମିଟିଂ ବେଳେ ଗଣ୍ଡଗୋଳ ହୋଇଥିଲା । ଗଣ୍ଡଗୋଳ ଓ ମାରପିଟ୍ରେ ଆର୍ଆଇ ବିନୋଦ ମେହେରଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ନାରାୟଣ ରେଡ୍ଡୀଙ୍କ ସହ ୨୨ ଜଣଙ୍କ ନାଁରେ ମାମଲା ହୋଇଥିଲା । ତେବେ ୨୫ ବର୍ଷର ଦୀର୍ଘକାଳୀନ ମାମଲାରେ ଏଯାବତ ୮ ଜଣଙ୍କର ମୃତ୍ୟୁ ହୋଇସାରିଲାଣି ।

