୭ଟି ରେଳ ପ୍ରକଳ୍ପ ଯୋଜନାର ସମ୍ପ୍ରସାରଣକୁ ମଞ୍ଜୁରି ପ୍ରଦାନ

୭ଟି ରେଳ ପ୍ରକଳ୍ପ ଯୋଜନାର ସମ୍ପ୍ରସାରଣକୁ ମଞ୍ଜୁରି ପ୍ରଦାନ କରାଯାଇଛି। ୩୨,୫୦୦ କୋଟି ଟଙ୍କାରେ କାର୍ଯ୍ୟକାରୀ ହେବାକୁ ଥିବା ୭ଟି ରେଳ ପ୍ରକଳ୍ପକୁ ମଞ୍ଜୁର କରାଯାଇଛି। ସେଥିରେ ଓଡ଼ିଶାର ଭଦ୍ରକ-ବିଜୟନଗରମ ସେକ୍ସନର ନିର୍ଗୁଣ୍ଡି-ବାରଙ୍ଗ(୩୨ କିମି) ଏବଂ ଖୋର୍ଦ୍ଧା ରୋଡ୍-ବିଜୟନଗରମ (୩୬୫ କିମି)ର ତୃତୀୟ ଲାଇନ୍ ନାମ ରହିଛି।

ଏହି ପ୍ରକଳ୍ପରେ ୫୬୧୮.୨୬ କୋଟି ଟଙ୍କାର ଖର୍ଚ୍ଚ ଆକଳନ କରାଯାଇଛି। ଓଡ଼ିଶା ରେଳ ପ୍ରକଳ୍ପ ଯୋଗୁଁ ତାଳଚେରରୁ ଦକ୍ଷିଣ ଭାରତକୁ ଘରୋଇ କୋଇଲା ପରିବହନ, ଇସ୍ପାତ କାରଖାନଗୁଡିକୁ ପାରାଦୀପ ଓ ଗୋପାଳପୁର ବନ୍ଦରରୁ କୋଇଲା ପରିବହନ ,ପାରାଦୀପ ବନ୍ଦରରୁ ସିମେଣ୍ଟ କାରଖାନା ପାଇଁ କଞ୍ଚାମାଲ ପରିବହନରେ ସୁବିଧା ହେବ।

ଏଥି ସହିତ ଏକାଧିକ ଇସ୍ପାତ କାରଖାନାରୁ ଇସ୍ପାତର ରପ୍ତାନି ପାଇଁ ସୁବିଧା ହେବ। କେନ୍ଦୁଝରରୁ ଏକାଧିକ ବନ୍ଦରକୁ ଲୁହା ପଥର ପରିବହନ ତ୍ବରାନ୍ବିତ ହେବ।

Post Views18 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!