ଚନ୍ଦ୍ରଯାନ-୩ ଅଭିଯାନରେ ଲାଗିଛି ୪୦୦ କଂପାନିର ଜିନିଷ

ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ଚନ୍ଦ୍ରଯାନ-୩ ଅଭିଯାନରେ ୪୦୦ ଘରୋଇ କଂପାନି ଯୋଗାଇଥିବା ଜିନିଷ ବ୍ୟବହାର ହୋଇଛି। ପାଞ୍ଚଟି ପିଏସ୍ଏଲ୍ଭି ରକେଟ୍ ତିଆରି କରିବା ଲାଗି ହାଲ୍-ଏଲ୍ଆଣ୍ଡ୍ଟିର ଯୌଥ ଉଦ୍ୟୋଗ ନିଉ ସ୍ପେସ୍ ଇଣ୍ଡିଆ ଲିମିଟେଡ୍ଠାରୁ ୮୬୦ କୋଟି ଟଙ୍କାର ବରାଦ ହାସଲ କରିଛି। ଯେଉଁ ବଡ଼ କଂପାନିଗୁଡ଼ିକ ଇସ୍ରୋର ଭେଣ୍ଡର ଭାବେ କାର୍ଯ୍ୟ କରୁଛନ୍ତି ସେମାନେ ଏବେ ମହାକାଶ ଗବେଷଣା ଉପକରଣଗୁଡ଼ିକ ଉପରେ ନିବେଶ ବଢ଼ାଇବା ଆରମ୍ଭ କରିଛନ୍ତି।

ଇସ୍ରୋ ବିକାଶ କରିଥିବା ଛୋଟ ଉପଗ୍ରହ ତିଆରି କରିବା ଲାଗି ମଧ୍ୟ ୨୦ କଂପାନି ଆଗ୍ରହ ପ୍ରକାଶ କରିଛନ୍ତି ଭାରତୀୟ ମହାକାଶ ସଂଘର ଡିଜି ଅନିଲ କୁମାର ଭଟ୍ଟ ଏହି ସୂଚନା ଦେଇଛନ୍ତି। ଚନ୍ଦ୍ରଯାନ-୩ ଅଭିଯାନ ଲାଗି ଇସ୍ରୋ ଦେଶର ଉଭୟ ସରକାରୀ ଓ ଘରୋଇ କଂପାନିଗୁଡ଼ିକଠାରୁ ବିଭିନ୍ନ ଜିନିଷ ଓ ଉପକରଣ ମଗାଇଥିଲା। ଏଲ୍ଆଣ୍ଡ୍ଟି, ଭେଲ୍, କେଲ୍ଟ୍ରନ୍, ୱାଲ୍ଚାନ୍ଦ ଇଣ୍ଡଷ୍ଟ୍ରିଜ୍, ଗୋଦରେଜ୍ ଆଣ୍ଡ୍ ବଏସ୍, ଅନନ୍ତ ଟେକ୍ନୋଲୋଜିସ୍ ଭଳି କଂପାନିର ଜିନିଷକୁ ଏହି ଅଭିଯାନରେ ବ୍ୟବହାର କରାଯାଇଛି। ୨୦୨୦ରେ ଭାରତ ସରକାର ମହାକାଶ କ୍ଷେତ୍ରକୁ ଘରୋଇ କଂପାନିଗୁଡ଼ିକ ଲାଗି ଖୋଲିଥିଲେ।

Post Views50 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!