ଅରୁଣ: ଏକ ପ୍ରେରଣାର ଗଙ୍ଗା

() ନିପଟ ମଫସଲି ଗାଁରୁ ଆସି ସାଧାରଣ ଘରର ପିଲାଟିଏ ଦିନେ ରାଜନୀତିର ଶୀର୍ଷରେ ପହଞ୍ଚିବ, ସୁଖଦୁଃଖ ବୁଝି ଲୋକଙ୍କର ଆପଣାର ପାଲଟିଯିବ । ହୁଏତ ୨୩ ବର୍ଷ ତଳେ ନୟାଗଡ଼ ଜିଲ୍ଲାରେ ଏମିତି ସ୍ବପ୍ନଟିଏ ଦେଖିବା ଅବାସ୍ତବ ଓ ଅକଳ୍ପନୀୟ ମନେ ହେଉଥିଲା । ଟଙ୍କା, ପରିବାରବାଦ, ଜନବଳ ଓ ବାହୁବଳର ରାଜନୈତିକ ପରିସ୍ଥିତିରେ ଭଲପାଇବା, ଭରସା ଓ ବିଶ୍ବାସର ସମ୍ବଳ ନେଇ ୨୩ ବର୍ଷ ତଳରେ ରାଜନୀତି ମଇଦାନକୁ ଓହ୍ଲାଇଥିଲେ ରାଜ୍ୟ ରାଜନୀତିର ତରୁଣ ଯୁବକ ଟିଏ  । ସମୟର ଚକ୍ର ବୁଲିବା ସହିତ ସେହି ତରୁଣ ଆଜି ବନିଯାଇଛନ୍ତି ପୋଖତ ରାଜନେତା । ଯିଏ ସାଜିଛନ୍ତି ଅପ୍ରତିଦ୍ବନ୍ଦ୍ବୀ ରାଜନେତା ଆଉ ନୟାଗଡ଼ର ସାହାଭରସା । ଆମ ପାଇଁ ବଡ଼ ଆମ ନୟାଗଡର ନାରାରେ ସାରା ନୟାଗଡ଼ ଜିଲ୍ଲାର ମନ ଜିଣିଥିବା ବିରଳ ରାଜନେତା ଡ. ଅରୁଣ କୁମାର ସାହୁ  ।

ବିଜୁ ଜନତା ଦଳର ଅନ୍ୟତମ ପାଓ୍ବାରଫୁଲ ତଥା ଚର୍ଚ୍ଚିତ ଚେହେରା ଅରୁଣ କୁମାର ସାହୁ । ଯେଉଁକିଛି ଜଣ ନେତା ବିଜେଡିର ରାଜନନୈତିକ ପଟ୍ଟଚିତ୍ରର ପ୍ରଚ୍ଛଦପଟ୍ଟରେ ଗୋଟି ଚଳାଇ ଦଳକୁ ସୁଦୃଢ କରିବାରେ ମୁଖ୍ୟ ଭୁମିକା ନିଭାଉଛନ୍ତି ସେମାନଙ୍କ ମଧ୍ୟରେ ଜଣେ ହେଲେ ନୟାଗଡ଼ର ତରୁଣ ଅରୁଣ । ସୁଦୃଢ ସଂଗଠକ ଓ ପୋଖତ ରାଜନେତା ଭାବେ ଖାଲି ନୟାଗଡ଼ ନୁହେଁ ସାରା ରାଜ୍ଯରେ ପରିଚିତ ରାଜନେତା ହେଉଛନ୍ତି ଅରୁଣ ସାହୁ । ମଇଦାନରେ ବିରୋଧୀଙ୍କୁ ପାଣି ପିଆଇବା ଏବଂ ବିରୋଧୀଙ୍କ ଗଡ଼ ଭାଙ୍ଗିବାରେ ଅରୁଣ ସିଦ୍ଧହସ୍ତ  । ଖାଲି ଜଣେ ପୋଖତ ରାଜନେତା ନୁହଁନ୍ତି ଶୃଙ୍ଖଳିତ କର୍ମୀ ଭାବରେ ମୁଖ୍ୟମନ୍ତ୍ରୀଙ୍କ ବିଶ୍ବାସଭାଜନ ହେବା ସହ ଅନେକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ତୁଲାଇଛନ୍ତି  ।

କଥାରେ ଅଛି ତୁଳସୀ ଦୁଇ ପତ୍ରରୁ ବାସେ  । ଅରୁଣଙ୍କ ମଧ୍ୟରେ ନେତୃତ୍ବ ନେବାର ଦକ୍ଷତା ପିଲାଟି ବେଳରୁ ହିଁ ପ୍ରତିଫଳିତ ହୋଇଥିଲା  । ଛାତ୍ର ଜୀବନରୁ ରାଜନୀତିରେ ଏଣ୍ଟ୍ରି ମାରିଥିଲେ ଅରୁଣ  । ଜଣେ ଛାତ୍ରନେତା ଭାବରେ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ ଥିଲେ  । ବାଣୀବିହାର ରାଜନୀତିରେ ଅରୁଣଙ୍କ ଦବଦବା ପ୍ରତିଟି ଛାତ୍ରଙ୍କୁ ଅଛପା ନାହିଁ  । ବଡ଼କଥା ହେଲା ବର୍ତ୍ତମାନର କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ପାଓ୍ବାର ହାଉସ କୁହାଯାଉଥିବା ଧର୍ମେନ୍ଦ୍ର ପ୍ରଧାନ ଅରୁଣଙ୍କ ସହପାଠୀ ଥିଲେ  । ଏବଂ ବାଣୀବିହାରରେ ଛାତ୍ର ସଂସଦ ନିର୍ବାଚନରେ ଅରୁଣଙ୍କଠାରୁ ଧର୍ମେନ୍ଦ୍ର ପରାଜିତ ହୋଇଥିଲେ  । ଧର୍ମେନ୍ଦ୍ରଙ୍କୁ ହରାଇ ଅରୁଣ ବନିଥିଲେ ବାଣୀବିହାର ଛାତ୍ର ସଂସଦ ସଭାପତି । ଅରୁଣ ଉତ୍କଳ ବିଶ୍ବବିଦ୍ୟାଳୟରୁ ୧୯୯୦ରେ ଏମ.ଏ. ପାସ୍ କରିବା ପରେ ୧୯୯୩ରେ ବାଣୀବିହାର ଲ’ କଲେଜରୁ ଏଲ.ଏଲ ବି କରିଥିଲେ । ୨୦୧୩ ମସିହାରେ ସମ୍ମାନଜନକ ପିଏଚଡି ଡିଗ୍ରୀ ହାସଲ କରିଥିଲେ  । ଯେଉଁ ଛାତ୍ରନେତାମାନେ ରାଜନୀତିକୁ ବାଣୀବିହାର କ୍ୟାମ୍ପସରୁ ଆସନ୍ତି ସେମାନେ ଅରୁଣଙ୍କୁ ହିଁ ମାର୍ଗଦର୍ଶକ ଭାବେ ଆପଣାଇନିଅନ୍ତି  ।

ଛାତ୍ର ରାଜନୀତିରୁ ପ୍ରତ୍ୟକ୍ଷ ରାଜନୀତିକୁ ୨୦୦୪ ମସିହାରେ ଏଣ୍ଟ୍ରି କରିଥିଲେ ଅରୁଣ । ନୟାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳ ଟିକେଟରେ ୨୦୦୪ ମସିହାରେ ନିର୍ବାଚିତ ହୋଇ ପ୍ରଥମଥର ବିଧାୟକ ଭାବରେ ବିଧାନସଭାରେ ପାଦ ଦେଇଥିଲେ । ଆଉ ସେବେଠୁ ସେ ବନିଯାଇଛନ୍ତି ଅନ ବିଟେବୁଲ ପଲିଟିସିଆନ୍ । ୨୦୦୯ରେ ସ୍ବାଧୀନପ୍ରାର୍ଥୀ ହେମେନ୍ଦ୍ର ଚନ୍ଦ୍ର ସିଂଙ୍କୁ ୨୭,୩୪୧ ଖଣ୍ଡ ଭୋଟରେ ପରାଜିତ କରିଥିଲେ ଅରୁଣ । ପରେ ୨୦୧୪ ମସିହାରେ କଂଗ୍ରେସର ଲାଲା ମନୋଜ କୁମାର ରାୟଙ୍କୁ ୨୦, ୮୬୭ ଓ ୨୦୧୯ରେ ଇରାନୀ ରାୟଙ୍କୁ ୧୪୯୪୮ ଖଣ୍ଡ ଭୋଟରେ ପରାଜିତ କରି ନୟାଗଡ଼ର ଅପ୍ରତିଦ୍ବନ୍ଦୀ ରାଜନେତା ଭାବେ ନିଜକୁ ପ୍ରମାଣିତ କରିଥିଲେ  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଶ୍ବାସ ଜିତିବା ସହିତ ବିଜେଡିର ଗୁଡବୁକରେ ଅରୁଣ ସବୁବେଳେ ରହିଆସିଛନ୍ତି । ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ ଏକାଧିକ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଛନ୍ତି  । ଆଇନ, ପଞ୍ଚାୟତିରାଜ, କୃଷି, ମତ୍ସ୍ୟ ଓ ପଶୁପାଳନ ଏବଂ ଉଚ୍ଚଶିକ୍ଷା ବିଭାଗ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ଗୁରୁଦାୟିତ୍ବ ଅରୁଣଙ୍କୁ ଦେଇଥିଲେ ନବୀନ  ।

ଅରୁଣଙ୍କ ସମୟରେ ବିକାଶର ନୂଆ ଦିଗନ୍ତ ଛୁଇଁଛି ନୟାଗଡ଼ । ଲୋକଙ୍କ ମୌଳିକ ସୁବିଧାକୁ ଗୁରୁତ୍ବ ଦେଇ ଜନତାଙ୍କ ସବୁ ସମସ୍ୟାର ସମାଧାନ କରିଛନ୍ତି ଡ. ଅରୁଣ କୁମାର ସାହୁ  । ଖାଲି ଜଣେ ରାଜନେତା ନୁହେଁ ସାହିତ୍ୟ ଅନୁରାଗୀ ଭାବରେ ଅରୁଣ ବେଶ୍ ଜଣାଶୁଣା  । ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣୀତ ଅରୁଣ ବାପୁଜୀଙ୍କ ଦର୍ଶନକୁ ପ୍ରଚାରିତ ଓ ପ୍ରସାରିତ କରିବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛନ୍ତି  । ସାହିତ୍ୟ ଜଗତର ଏକ ଉଜ୍ବଳ ତାରା ଭାବେ ଅରୁଣଙ୍କ ଦକ୍ଷତା କିଛି କମ ନୁହେଁ  । ସେ ଓଡ଼ିଶା ରାଜନୀତିର ପ୍ରମୁଖ ବ୍ୟକ୍ତିତ୍ବ ଭାବରେ ଯେତିକି ପରିଗଣିତ ଜଣେ ସାହିତ୍ୟିକ ଓ ସଂଗଠକ ଭାବରେ ସେତିକି  ଜଣାଶୁଣା । ଅରୁଣ ଜଣେ ଜଣେ କ୍ରୀଡ଼ା ମଧ୍ୟ  । ତାଙ୍କ ଚାଲିଚଳନ, ଖାଦ୍ୟପେୟ ସମସ୍ତଙ୍କୁ ପ୍ରଭାବିତ କରିଥାଏ  । ଅତିସାଧାରଣ ଜୀବନଯାପନ ଶୈଳୀ ପାଇଁ ଅନେକ ସମୟରେ ଚର୍ଚ୍ଚାକୁ ମଧ୍ୟ ଆସିଛନ୍ତି ଅରୁଣ  । ତାଙ୍କ ପ୍ରତିଭା ଆଜି ତାଙ୍କୁ ଓଡ଼ିଶାର ଯୁବପିଢିଙ୍କ ପାଇଁ ପ୍ରେରଣା ଭାବେ ପ୍ରତିବିମ୍ବିତ କରୁଛି  ।

Post Views16 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!