ସଂସଦର ସ୍ୱତନ୍ତ୍ର ଅଧିବେଶନ ପାଇଁ ଏବେ ଭୁବନେଶ୍ୱର ସାଂସଦ ଦିଲ୍ଲୀରେ ଅଛନ୍ତି । ଯାହା ଭିତିରିଆ ସୂଚନା ମିଳିଛି ଦିଲ୍ଲୀରେ ଅପରାଜିତାଙ୍କୁ ଟିଉସନ ହେବାକୁ ପଡିଛି । ରାଜନୀତିର ପ୍ରଥମ ଶ୍ରେଣୀ ଛାତ୍ରୀଙ୍କ କ୍ଲାସ ନେଇଛନ୍ତି ବିଜେପିର ଶୀର୍ଷ ନେତୃତ୍ୱ । କେଉଁ କାରଣ ପାଇଁ ଅପରାଜିତା ଦିଲ୍ଲୀରେ ଟିଉସନ ହୋଇଛନ୍ତି ତାହା ଜାଣିଲେ ଆପଣ ଚକିତ ହେବେ । ଅପରାଜିତାଙ୍କ ମନଇଚ୍ଛା ପ୍ରେସମିଟକୁ ନେଇ ଦଳର ଶୀର୍ଷ ନେତୃତ୍ୱ ଅପରାଜିତାଙ୍କ ଉପରେ ଖପ୍ପା ହୋଇଥିବା ଶୁଣିବାକୁ ମିଳୁଛି । ଦଳର ବାଉଣ୍ଡରୀ ଭିତରେ ରହିବା ସହ ନୀତି ନିୟମ ମାନି ଚଳିବାକୁ କାଳେ ଅପରାଜିତାଙ୍କୁ ନିର୍ଦ୍ଦେଶ ମିଳିଥିବା କୁହାଯାଉଛି ।

ଏମିତିରେ ଅପରାଜିତାଙ୍କ ଏକଲା ଚଲୋ ନୀତି ରାଜ୍ୟ ବିଜେପି ପାଇଁ ଅସହ୍ୟ ହୋଇପଡିଥିବା କୁହାଯାଏ । ଦଳୀୟ ସଙ୍ଗଠନକୁ ମଜବୁତ ନକରି ଅପରାଜିତା ନିଜର ସମାନ୍ତରଳ ସଙ୍ଗଠନ ଗଠନ କରି କେବଳ ଦଳକୁ ଅଡୁଆରେ ପକାଉନାହାନ୍ତି ବରଂ ଦଳ ଦି ଫାଳ ବୋଲି ସଂକେତ ଦେଉଥିବା କୁହାଯାଏ । ମନମୋହନ ରାଜ୍ୟ ବିଜେପିର ସଭାପତି ହେବା ପରେ ଅପରାଜିତାଙ୍କର ଏହି ଏକଛତ୍ରବାଦୀ ନୀତି ଚରମସୀମାରେ ପହଞ୍ଚିଥିବା ଶୁଣିବାକୁ ମିଳୁଛି । ରାଜ୍ୟ ବିଜେପିର କର୍ତ୍ତା, ଧର୍ତ୍ତା, ଦଇବ ବିଧାତା ସେ ବୋଲି ବାର୍ତ୍ତା ଦେବାକୁ ଚାହୁଁଥିବା ଚର୍ଚ୍ଚା ହେଉଛି । ଯେଉଁଥିପାଇଁ ଗତ କିଛି ଦିନ ହେବ ଲଗାତାର ପ୍ରେସମିଟ୍ କରୁଥିଲେ ଅପରାଜିତା । ବିଭିନ୍ନ ପ୍ରସଙ୍ଗରେ ପ୍ରେସମିଟ୍ କରି ନିଜକୁ ବିଜେପି ଠାରୁ ବଡ ବୋଲି ଦର୍ଶାଇବାକୁ ଅପରାଜିତା ଉଦ୍ୟମ କରୁଥିଲେ ବୋଲି ଶୁଣିବାକୁ ମିଳୁଛି । ପ୍ରେସମିଟରେ ବାରମ୍ବାର ମୁଁ ଯାଇଥିଲି, ମୋତେ ଲୋକେ କହିଲେ ଅଥାର୍ତ କେଉଁଠି ବିଜେପି ଟିମ୍ ସହ ସେ ଯାଇଥିବା ଉଲ୍ଲେଖ କରିନଥିଲେ । ଏପରିକି ଅପରାଜିତା କେଉଁ ପ୍ରସଙ୍ଗରେ ପ୍ରେସମିଟ୍ କରିବେ ତାହା ମଧ୍ୟ ରାଜ୍ୟସ୍ତରୀୟ ବିଜେପି ନେତାଙ୍କୁ କୁହାଯାଉନଥିଲା ବୋଲି ଶୁଣିବାକୁ ମିଳୁଛି । କାରଣ ଅପରାଜିତା ନିଜ ଟିମ୍ ବ୍ୟତୀତ ରାଜ୍ୟ ବିଜେପିର କୌଣସି ନେତାଙ୍କୁ ବିଶ୍ୱାସ କରୁନଥିବା ଚର୍ଚ୍ଚା ହେଉଛି ।
ରାଜ୍ୟ ବିଜେପି ନେତାଙ୍କୁ ସାଇଡଲାଇନ କରି ପାର୍ଟି ଅଫିସରେ ପ୍ରେସମିଟ୍ କରିବା ଦଳର ଆଭନ୍ତରୀଣ କନ୍ଦଳକୁ ପଦାରେ ପକାଉଥିବା କୁହାଯାଉଛି । ଯେଉଁଥିପାଇଁ ରାଜ୍ୟ ବିଜେପିର କିଛି ନେତା ଦିଲ୍ଲୀରେ ଅପରାଜିତାଙ୍କ ନାଁରେ ଦଳର ଶୀର୍ଷ ନେତୃତ୍ୱଙ୍କ ନିକଟରେ ଫେରାଦ ହୋଇଥିଲେ ବୋଲି ଶୁଣିବାକୁ ମିଳୁଛି । ଯାହାର ପ୍ରତିଫଳନ ଅପରାଜିତ ଦିଲ୍ଲୀକୁ ଯିବା ପରେ ଦେଖିବାକୁ ମିଳୁଥିବା ଚର୍ଚ୍ଚା ହେଉଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଏଭଳି ଏକଛତ୍ରବାଦୀ ନୀତି ପାଇଁ ଅପରାଜିତାଙ୍କୁ ଦିଲ୍ଲୀରୁ ତାଗିଦ କରାଯାଇଥିବା ଚର୍ଚ୍ଚା ହେଉଛି । ଏଣିକି ପ୍ରେମମିଟ୍ ପୂର୍ବରୁ ତାହାର ବିଷୟବସ୍ତୁ କଣ ରହିଛି ସେ ବାବଦରେ ରାଜ୍ୟ ବିଜେପି ନେତାଙ୍କ ସହ ଆଲୋଚନା କରିବାକୁ କୁହାଯାଇଥିବା ଶୁଣିବାକୁ ମିଳୂୁଛି । ମନଇଚ୍ଛା କୌଣସି ପ୍ରସଙ୍ଗରେ ପ୍ରେସମିଟ୍ ନ କରିବାକୁ ବାରଣ କରାଯାଇଥିବା ଚର୍ଚ୍ଚା ହେଉଛି । କେବଳ ଏତିକି ନୁହେଁ ଦଳୀୟ ନେତାଙ୍କ ସହ ସମନ୍ୱୟ ରଖି ସଙ୍ଗଠନକୁ ସୁଦୃଢ କରିବାକୁ ନିର୍ଦ୍ଦେଶ ମିଳିଥିବା କୁହାଯାଉଛି । ଦିଲ୍ଲୀରୁ ଏଭଳି ଅଘୋଷିତ ନିର୍ଦ୍ଦେଶ ପାଇବା ପରେ ଏବେ ଅପରାଜିତା ନିଜେ କୌଣସି ପ୍ରସଙ୍ଗରେ ସାମ୍ନାକୁ ନ ଆସି ସୌମ୍ୟଙ୍କ ଜରିଆରେ ବିଭିନ୍ନ ପ୍ରସଙ୍ଗ ଉଠାଇବାକୁ ଯୋଜନା କରୁଥିବା ଶୁଣିବାକୁ ମିଳୁଛି ।



