ଲୋକସେବା ଭବନରେ ଅଗ୍ନିକାଣ୍ଡ

ଲୋକସେବା ଭବନରେ ଅଗ୍ନିକାଣ୍ଡ । ଲୋକସେବା ଭବନର ରାଜସ୍ୱ ବିଭାଗ କୋଠାରେ ଲାଗିଛି ନିଆଁ । ତେବେ ନିଆଁ ଲାଗିଥିବା ଖବର ପାଇଁ ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁକୁ ଆୟତ୍ତ କରାଯାଇଛି । ଏହି ଅଗ୍ନିକାଣ୍ଡରେ ରାଜସ୍ୱ ବିଭାଗର ଅନେକ ଗୁରୁତ୍ୱପୁର୍ଣ୍ଣ କାଗଜ ପତ୍ର ପୋଡି ଯାଇଥିବା ସୂଚନା ।

ତେବେ ଏସିର ସର୍ଟ ସର୍କିଟରୁ ନିଆଁ ଲାଗିଥିବା ନେଇ ସୂଚନା ମିଳିଛି । ତେବେ କେତେ କଣ କ୍ଷୟକ୍ଷତି ହୋଇଛି ତା ଆକଳନ ହୋଇ ନାହିଁ । ୨ଦିନ ହେଲାଣି ବନ୍ଦ ରହିଥିଲା ଲୋକସେବା ଭବନ ।

ଆଜି ଦିନ ସକାଳ ସମୟରେ ହଠାତ ଲୋକସେବା ଭବନର ରାଜସ୍ୱ ବିଭାଗରେ ଅଗ୍ନିକାଣ୍ଡ ଲାଗିଥିବା ନେଇ ଜଣା ପଡିଛି । ଏହା ପରେ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା ।

Post Views33 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!