୫T ଅଧିନରେ ରାଜ୍ୟର ସବୁ ସରକାରୀ ହସ୍ପିଟାଲର ହେବ ରୂପାନ୍ତରଣ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଗତ ଦୁଇ ଦଶନ୍ଧି ମଧ୍ୟରେ ଓଡିଶା ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଦ୍ଭୁତପୂର୍ବ ପରିବର୍ତ୍ତନ ଆଣିଛି।ଏହି ଲକ୍ଷ୍ୟ ନେଇ ‘୫-ଟି’ ଉପକ୍ରମ ଅଧୀନରେ‘ଆମ ହସ୍ପିଟାଲ’ ଯୋଜନା ମାଧ୍ୟମରେ ରାଜ୍ୟର ସବୁ ସରକାରୀ ଡାକ୍ତରଖାନାର ରୂପାନ୍ତରଣ କରାଯିବ।

ନୂଆ ଯୋଜନା ‘ଆମ ହସ୍ପିଟାଲ’କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧିନରେ ବସିଥିବା ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି। ଏହି ଯୋଜନାରେ ରାଜ୍ୟର ସମସ୍ତ ସରକାରୀ ହସ୍ପିଟାଲର ରୂପାନ୍ତରଣ କରାଯିବ। ପ୍ରଥମ ବର୍ଷରେ ୧୪୯ଟି ଡାକ୍ତରଖାନାର ଭିତ୍ତିଭୂମି ସୁଦୃଢ଼ କରାଯାଉଥିବାବେଳେ ଆସନ୍ତା ୫ ବର୍ଷ ମଧ୍ୟରେ ପର୍ଯ୍ୟାୟକ୍ରମେ ୧,୮୫୮ଟି ସରକାରୀ ହସ୍ପିଟାଲର ରୂପାନ୍ତରଣ ହେବ। ଏଥି ପାଇଁ ୩୩୮୮.୭୩ କୋଟି ବ୍ୟୟବରାଦ ହୋଇଛି।

‘ଆମ ହସ୍ପିଟାଲ’ ଯୋଜନା ମାଧ୍ୟମରେ ଡାକ୍ତରଖାନାରେ ନବୀକରଣ, ପୁନରୁଦ୍ଧାର, ନୂଆ ନିର୍ମାଣ, ଭିତ୍ତିଭୂମି ସୃଷ୍ଟି, ଦକ୍ଷତା ବିକାଶ ଭଳି କାର୍ଯ୍ୟ କରାଯିବ। ୫ଟି ଅଧିନରେ ପ୍ରଥମ ପର୍ଯ୍ୟାୟରେ ୧୪୯ଟି ଡାକ୍ତରଖାନା ରୂପାନ୍ତରଣ ହେବ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!