ରିଲିଜ ହେଲା ‘କାନ୍ତାରା-ଚାପ୍ଟର ୱାନ୍’ର ଫାଷ୍ଟ ଲୁକ୍ । ଫିଲ୍ମରେ ଆକ୍ଟର ରିଷଭ ସେଟ୍ଟୀଙ୍କୁ ଭୟଙ୍କର ଲୁକରେ ଦେଖିଛନ୍ତି ଦର୍ଶକ । ଟିଜର ଆରମ୍ଭରୁ ରିଷଭ ସେଟ୍ଟୀ ଜଙ୍ଗଲରେ ଦୌଡୁଥିବା ଦେଖିବାକୁ ମିଳିଛି । ଏହାର ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ୍ ଖୁବ୍ ଭୟାନକ ରହିଛି । ୨୦୨୨ରେ ରିଲିଜ କାନ୍ତାରା ସାରା ଦେଶରେ ସଫଳତା ହାସଲ କରିବା ସାଙ୍ଗକୁ ବିଶ୍ୱସ୍ତରୀରେ ବେଶ୍ ପ୍ରଂଶସା ସାଉଁଟିଥିଲା । ଦର୍ଶକ ଏହାର ସ୍ୱିକେଲକୁ ଅପେକ୍ଷା କରି ବସିଥିଲେ ।

