ଅର୍ଜୁନ ଆୱାର୍ଡ ପାଇଁ ମହମ୍ମଦ ସାମିଙ୍କ ନାଁ ସୁପାରିଶ

ଅର୍ଜୁନ ଆୱାର୍ଡ ପାଇଁ ବିସିସିଆଇ ମହମ୍ମଦ ସାମିଙ୍କ ନାଁ ସୁପାରିଶ କରିଛି ।ସାମିଙ୍କୁ ଏହି ତାଲିକାରେ ସ୍ଥାନ ଦେବାକୁ ବିସିସିଆଇ ପକ୍ଷରୁ ସରକାରଙ୍କୁ ସ୍ୱତନ୍ତ୍ର ଭାବେ ଅନୁରୋଧ କରାଯାଇଥିଲା । ବିଶ୍ୱକପରେ ୭ଟି ମ୍ୟାଚ୍ ଖେଳି ୨୪ଟି ୱିକେଟ ନେଇଥିଲେ ସାମି । ତେବେ ମହମ୍ମଦ ସାମିଙ୍କ ବ୍ୟତିତ ଅନ୍ୟ ୧୬ଜଣ କ୍ରୀଡାବିତଙ୍କୁ ଅର୍ଜୁନ ପୁରସ୍କାର ପାଇଁ ମନୋନିତ କରାଯାଇଛି ।

ଭାରତୀୟ ଦଳର ଦ୍ରୁତ ବୋଲର ତଥା ଗତ ଦିନିକିଆ କ୍ରିକେଟ ବିଶ୍ୱକପର ସର୍ବାଧିକ ୱିକେଟ ନେଇଥିବା ମହମ୍ମଦ ସାମି ଭାରତ ସରକାରଙ୍କ ସମ୍ମାନଜନକ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ବିଶ୍ୱକପରେ ପ୍ରଥମ ୪ଟି ମ୍ୟାଚରେ ସାମି ଖେଳିନଥିଲେ ।

ଏହାପରେ ଯତେବେଳେ ତାଙ୍କୁ ସୁଯୋଗ ମିଳିଥିଲା ଦମଦାର ପ୍ରଦର୍ଶନ କରିଥିଲେ । ଅର୍ଜୁନ ପୁରସ୍କାର ତାଲିକାରେ ପୂର୍ବରୁ ମହମ୍ମଦ ସାମିଙ୍କ ନାଁ ରଖାଯାଇନଥିଲା ।

Post Views14 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!